ଆସନ୍ତାକାଲି ପୁରୀରେ ରୋଡ ଶୋ’ କରିବେ ମୋଦୀ, ସୁରକ୍ଷା ବ୍ୟବସ୍ଥା କଡାକଡି

0 131

ପୁରୀ: ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ ୭ ଟା ରେ ମହାପ୍ରଭୁଙ୍କ ଦର୍ଶନ କରିବେ ।ଏହାପରେ ରୋଡ ଶୋ କରିବେ । ଶ୍ରୀମନ୍ଦିର ଠାରୁ ହସ୍ପିଟାଲ ଛକ ଯାଏଁ କରିବେ ରୋଡ ସୋ । ପ୍ରଥମ ଥର ପାଇଁ ସକାଳେ ହେବ ରୋଡ ଶୋ । ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ଡଃ ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ସକାଳ ୭ ଟା ରେ ପୁରୀ ହେଲିପ୍ୟାଡ଼ରେ ପହଂଚି ବେ, ୭.୧୦ ରୁ ୭.୫୦ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦର୍ଶନ, ତାପରେ ୮ ଟା ରୁ ୯ ଟା ପର୍ଯ୍ୟନ୍ତ ମରିଚିକୋଟ ଛକରୁ ମେଡିକାଲ ଛକ ପର୍ଯ୍ୟନ୍ତ ରୋଡ଼ ସୋ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରଥଯାତ୍ରା ଦିନ ପ୍ରଚାରକ ହୋଇ ବାହାରିଥିଲେ । ଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇ ପ୍ରଧାନମନ୍ତ୍ରୀ ହୋଇଥିଲେ । ତେଣୁ ଏଥର ପୁଣି ଆଶୀର୍ବାଦ ନେଇ ପ୍ରଧାନମନ୍ତ୍ରୀ ହେବେ ।୨୫ ବର୍ଷର ବିଜେଡି ଶାସନର ପତନ ହେବ । ୪ଟି ନିର୍ବାଚନର ଫଳାଫଳକୁ ଦେଖିଲେ ଓଡିଶାରେ ଏଥର ବିଜେପି ସଫଳ ହେବ ।୪୫ ବର୍ଷର ରତ୍ନଭଣ୍ଡାର ଚାବି ହଜିଯିବା ଅନେକ ବିବାଦୀୟ ସ୍ଥିତି ତିଆରି କରିଛି ।ଜଗନ୍ନାଥ ସଂସ୍କୃତି ଓ ଅସ୍ମିତାର ରକ୍ଷା କରିବା ବିଜେପିର ଦାୟିତ୍ୱ ।ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଶ୍ରମ ମନ୍ତ୍ରୀ ଭୁପିନ୍ଦର ଯାଦବ,ଜିଲ୍ଲା ବିଜେପି ସଭାପତି ଡଃ ଦେବେନ୍ଦ୍ର ତରେଇ,ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ସଂଯୋଜକ ଶଙ୍କର ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୁରୀ ଗସ୍ତ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏ ନେଇ ଆଜି ଟାଉନ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆସନ୍ତା କାଲି ସକାଳ ୬.୩୦ ରୁ ୭ ଟା ମଧ୍ୟରେ ହେଲିପ୍ୟାଡରେ ପହଁଚିବେ ।ସେ ଶ୍ରୀମନ୍ଦିରରେ ଦର୍ଶନ, ପୂଜାର୍ଚ୍ଚନା କରିବା ପରେ ମରିଚିକୋଟ ଛକରୁ ହସ୍ପିଟାଲ ଛକ ଯାଏଁ ରୋଡ ସୋ କରିବେ ।ଏଥିପାଇଁ ସମୁଦାୟ ୬୩ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ରୁଟ ଲାଇନିଂ ,ବଡଦାଣ୍ଡରେ ସ୍ୱତନ୍ତ୍ର ବ୍ୟବସ୍ଥା, ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ହୋଇଛି ।ଭୁବନେଶ୍ୱର ଓ କୋଣାର୍କରୁ ଆସୁଥିବା ବସ ବସଷ୍ଟାଣ୍ଡ, ବ୍ରହ୍ମଗିରି ପଟୁ ଆସୁଥିବା ବସ ସମଙ୍ଗ ପାର୍କିଂ ରେ ପାର୍କିଂ କରିବେ ।ସ୍ୱତନ୍ତ୍ର କାରକେଡ଼ ବ୍ୟବସ୍ଥା, ତାଳବଣିଆ ଠାରୁ ଶ୍ରୀମନ୍ଦିର ଯାଏଁ ୧୧ଟି ସେକ୍ଟର ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଶ୍ରୀମନ୍ଦିର ଦର୍ଶନ ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ ।ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଯାତାୟତ କଟକଣା ରହିବ ।ଗସ୍ତର ଏକ ଘଣ୍ଟା ପୂର୍ବରୁ ସମସ୍ତ ବଡଦାଣ୍ଡ ସମ୍ପୂର୍ଣ୍ଣ ସାନିଟାଇଜ କରାଯିବ ।ଏକ ଲଷରୁ ଅଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ବ୍ୟବସ୍ଥା କରାଯିବ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ନୋ ଫ୍ଲାଇଂ ଜୋନ ସହ ଡ୍ରୋନ ଉଡାଣ ଉପରେ ସମ୍ପୂର୍ଣ୍ଣ କଟକଣା ରହିବ । ବଡଦାଣ୍ଡର ଉଭୟ ପାର୍ଶ୍ୱରେ ହୋଇଥିବା ବ୍ୟାରିକେଡରେ ଲୋକ ରହିବେ । ତାଳବଣିଆରୁ ବଡଦାଣ୍ଡ ୯ଟି ସେକ୍ଟରରେ ବିଭକ୍ତ କରାଯାଇଛି ।୩ ଜଣ କମାଣ୍ଡାଣ୍ଟ,,୪୨ ଜଣ ଇନ୍ସପେକ୍ଟର,୧୦୯ ଜଣ ଏଏସଆଇ ମୁତୟନ ରହିବେ ।

hiranchal ad1
Leave A Reply

Your email address will not be published.

two × two =