ବ୍ୟବସାୟୀ ସୁନୀଲ ସାହୁ ଘର ଡକାୟତି କେଶରେ ୧୩ ଜଣ ଗିରଫ

0 171

ନବରଙ୍ଗପୁର,୨/୬:- ନବରଙ୍ଗପୁର ଜିଲ୍ଲା ଡଙ୍ଗରଭେଜା ଗ୍ରାମରେ ବ୍ୟବସାୟୀ ସୁନୀଲ ସାହୁଙ୍କ ଘରେ ଗତ ମେ ୧୪ ତାରିଖ ରାତିରେ ଡକାୟତି ହୋଇଯାଇଥିବାବେଳେ ନବରଙ୍ଗପୁର ପୋଲିସ ୧୨ ଜଣ ଡ଼କାୟତ ଓ ଚୋରି ସୁନା ଅଳଙ୍କାର କିଣିଥିବା ସୁନାରୀଙ୍କୁ ଗିରଫ କରିଛି । ଏନେଇ ଏସପି ରୋହିତ ବର୍ମା ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି । ଚୋରି ନେଇ ଗତ ୧୫ ମଇରେ ନବରଙ୍ଗପୁର ଥାନାରେ କେଶ ନମ୍ବର. ୨୧୬/୧୫.୫.୨୪ ୪୫୬/୩୯୫ ସେକ୍ସନ ଓ ଅସ୍ତ୍ରଶସ୍ତ୍ର ଅଧିନିୟମ ଧାରା ୨୫/୨୭ ଏକ କେଶ୍‌ ରୁଜ୍ଜୁ ହୋଇଥିଲା । ଏସପି ରୋହିତ ବର୍ମାଙ୍କ ତତ୍ତ୍ୱାବଧାନରେ ଏଡିପିଓ, ଆଇଆଇସି ସମ୍ବିତ ବେହେରା, ଏସଆଇ ଶବିର ଏହମଦ, ଏଏସଆଇ ତୁଳସୀ ରାମ ପୂଜାରୀ, ସାଇବର ସେଲ ଓ ନବରଙ୍ଗପୁର ଥାନାର ଅନ୍ୟାନ୍ୟ ପୋଲିସ୍‌ କର୍ମଚାରୀଙ୍କୁ ନେ଼ଇ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଅନୁସନ୍ଧାନ ଆରମ୍ଭ କରିଥିଲେ । ଅନୁସନ୍ଧାନ ବେଳେ ୧୨ ଜଣଙ୍କର ଏକ ଗ୍ୟାଙ୍ଗ (ନବରଙ୍ଗପୁରରୁ ଦୁଇ ଜଣ ଏବଂ ଜୟପୁରରୁ ୧୦ ଜଣ ଏବଂ ଜୟପୁର ସହରର ଜଣେ ସୁନାରୀଙ୍କୁ) ମଧ୍ୟ ଗିରଫ କରାଯାଇଛି । ଅଭିଯୁକ୍ତମାନେ ସନ୍ଦେହ କରିଥିଲେ ଯେ ସୁନୀଲ ସାହୁଙ୍କ ଘରେ କୋଟି କୋଟି ଟଙ୍କା ରଖାଯାଇଛି ଯାହା ନିର୍ବାଚନ ପ୍ରଚାର ସମୟରେ ବ୍ୟବହୃତ ହେବ । ସେମାନେ ଏହି କାର୍ଯ୍ୟ କରିବା ପାଇଁ ଏକ ଦଳ ଗଠନ କରିଥିଲେ ଏବଂ ସେମାନେ ସୁନୀଲ ସାହୁଙ୍କ ଡଙ୍ଗରଭେଜା ଘରେ ସଶସ୍ତ୍ର ଡକାୟତି କରିଥିଲେ ଯେତେବେଳେ ସେମାନେ ସେଠାରେ କିଛି ପାଇ ନଥିଲେ, ତାଙ୍କ ଘରେ ଭଡ଼ାରେ ରହୁଥିବା ରୋହିତ ବେହେରାଙ୍କ ଘରେ ମୁଣ୍ଡରେ ବନ୍ଧୁକ ଲଗେଇ ଡକାୟତି କରିଥିଲେ । ସେଠାରୁ ଚାରିଟି ସୁନା ଚେନ୍‌, ଆଠଟି ସୁନା ଚୁଡ଼ି, ଗୋଟିଏ କାନଫୁଲ, ଦୁଇଟି ମୁଦି ଓ ୧୭ହଜାର ନଗଦ ଟଙ୍କା ଲୁଟି ନେଇଥିଲେ । ବର୍ତ୍ତମାନ ସେମାନଙ୍କ ଠାରୁ ୨୮ ଗ୍ରାମ ତରଳ ସୁନା, ୩୦୦ ଗ୍ରାମ ରୂପା, ତିନୋଟି ବାଇକ, ଦୁଇଟି ଖେଳନା ପିସ୍ତଲ, ୧୨ ମୋବାଇଲ ଫୋନ, ଦୁଇଟି ଖଣ୍ଡା, କବାଟ ତାଡ଼ିବା ପାଇଁ ଶାବଳ, ସୁନା ତରଳ କରିବା ଗ୍ୟାସ ସିଲିଣ୍ଡର , ମୁଖା ପିନ୍ଧା ମାସ୍କ ଆଦି ଜବତ କରାଯାଇଛି । ଗିରଫ ବ୍ୟକ୍ତିମାନେ ହେଲେ ଶିବ ଶଙ୍କର ହରିଜନ (୨୪) ଉମୁରୀ, ବିକିଆ ହରିଜନ (୨୨) ଜୟପୁର, ବାଇକ ହରିଜନ (୨୨), ଉମୁରି, ଜୟପୁର, ସଞ୍ଜୟ ବେନିଆ (୨୨) ହାଟପଦା ସାହି, ଜୟପୁର, ବୀରେନ୍ଦ୍ର ଟାକ୍ରି (୨୩) ହାଟପଦା ସାହି ଜୟପୁର, ଆକବର ଗରଡା (୨୮), ଖ୍ରୀଷ୍ଟିଆନ ପେଟା, ଜୟପୁର, ଆନନ୍ଦ ହରିଜନ (୨୩) ଭୁସଙ୍ଗଗୁଡା, ଜୟପୁର,
ଜୋହାନ ଜତିନ ସୁନା (୩୯) ନବରଙ୍ଗପୁର, ବିରଞ୍ଚି ମହାନନ୍ଦିଆ (୩୪) ତେନ୍ତୁଳିଖୁଣ୍ଟି, ନବରଙ୍ଗପୁର ଜିଲ୍ଲା, ସୋନୁ ଜାନି (୨୮) ଗ୍ରାମ- ବୋଡ଼ି ଗାଁ, ସୁଶାନ୍ତ କନ୍ଦପାନ୍‌ (୨୩) ମୁନିଗୁଡା ଜୟପୁର, ମୋହନ ସାଗର (୩୪) ହାଟପଦା ଜୟପୁର, ଏଲ. ଅଶୋକ କୁମାର (୩୮) , ଭୂପତି ସାହି, ଜୟପୁର ।

hiranchal ad1
Leave A Reply

Your email address will not be published.

18 − 11 =