କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜରେ ୨୩ଟିକିଆ ହାତୀପଲ

0 86

ହରଭଙ୍ଗା,୨/୬:- ନୟାଗଡ଼ ବନ୍ୟପ୍ରାଣୀ ବନଖଣ୍ଡ କୁଶଙ୍ଗ ରେଞ୍ଜ ସୁନା ଖଣିଆରେ ଏକ ବଡ଼ ହାତୀ ପଲ ଆସିଥିବା ବେଳେ ଯାତାୟତ ଥିବା ବାଟୋଇଙ୍କୁ ବନ୍ୟ ପ୍ରାଣୀ ବିଭାଗ ଦ୍ୱାରା ସଚେତନ କରାଯାଉଛି । ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ କିଛିଦିନ ତଳେ ଉକ୍ତ ରେଞ୍ଜରେ ହାତୀ ଗଣନା କାର୍ଯ୍ୟ ସରିଥିବାବେଳେ ଗଣନା ସମୟରେ କୌଣସି ହାତୀପଲ ଜଙ୍ଗଲରେ ନଥିବା ନେଇ ବନ୍ୟ ପ୍ରାଣୀ ପକ୍ଷରୁ ସୂଚନା ଦିଆଯାଇଥିଲା ।କିନ୍ତୁ ଆଜକୁ ଦୁଇ ଦିନ ହେବ ମହାନଦୀ ବନ୍ୟ ପ୍ରାଣୀ ବନାଞ୍ଚଳ ନୟାଗଡ଼ ଡିଭିଜନ ଛାମୁଣ୍ଡିଆ ବନାଞ୍ଚଳରୁ ଏକ ୨୩ ଟିକିଆ ହାତୀପଲ କୁଶଙ୍ଗ ରେଞ୍ଜକୁ ଅତିକ୍ରମ କରିଥିବା ନେଇ ଜଣାପଡିବା ପରେ ବର୍ତ୍ତମାନ ସମସ୍ତ ହାତୀ ସୁନା ଖଣିଆ ବିଟ ଅଞ୍ଚଳରେ ରହୁଥୁବା କୁହାଯାଉଛି । ଏହି ହାତୀ ଗୁଡିକ ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ସବୁବେଳେ ମହାନଦୀ କୂଳ ଜଙ୍ଗଲରେ ରହିଥୁବାରୁ ବନ୍ୟପ୍ରାଣୀ ଗତିବିଧି ଉପରେ ନଜର ରଖିଛି । ଏପଟେ ହାତୀ ପଲ ପାଣି ପାଇଁ ରାସ୍ତା ପାର ହୋଇ ମହାନଦୀକୁ ଯିବା ଆସିବା କରୁଥିବାରୁ ବନ୍ୟପ୍ରାଣୀ ଅଞ୍ଚଳରେ ଥିବା ଲୋକଙ୍କୁ ସତର୍କ କରାଇବା ସହ ବିନା ଅନୁମତିରେ ଯିବାଆସିବାକୁ ବାରଣ କରାଯାଇଛି । ଏହି ୨୩ଟିକିଆ ହାତୀ ପଲରେ ୧୧ ଟି ମା ହାତୀ, ୫ ଟି ଦନ୍ତା ,ଏବଂ ୭ଟି ହାତୀ ଶାବକ ଥିବା ନେଇ ବନ୍ୟପ୍ରାଣୀ ରେଞ୍ଜ ଅଧିକାରୀ ସଂସାର ବର୍ଗିଆ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

fifteen + seven =