ପାରଳାଖେମୁଣ୍ଡି : ଗତ କିଛି ଦିନ ହେଲା ପାରଳାଖେମୁଣ୍ଡି ସହରରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ଗଜପତି ଜିଲ୍ଲାପାଳ ଶୁକ୍ରବାର,ଶନିବାର ଓ ରବିବାର ତିନି ଦିନ ପାରଳାଖେମୁଣ୍ଡି ସହରକୁ ସଟଡାଉନ ଘୋଷଣା କରିଛନ୍ତି । ପୂର୍ବରୁ ଗଜପତି ଜିଲ୍ଲାପାଳ ସପ୍ତାହର ଦୁଇଦିନ ଶନିବାର ଓ ରବିବାର ସଟଡାଉନ ହେଉ ଥିଲା ଏହାକୁ ଆଉ ଗୋଟିଏ ଦିନ ବଢ଼ାଇ ଦିଆଯାଇଛି ଏହି ସମୟରେ ସ୍ୱାସ୍ଥ୍ୟ ବିଭାଗର ୬୦ ଜଣିଆ ଟିମ ଘରକୁ ଘର ବୁଲି ଲୋକଙ୍କ ସ୍କିନିଂ କରିବେ । ଲକ୍ଷଣ ଦେଖାଗଲେ ସେଠାରୁ ସିଫ୍ଟ କରି ଟେଷ୍ଟ କରାଯିବ । ଏହି ପ୍ରକ୍ରିୟାରେ ୬୦ଟି ମେଡ଼ିକାଲ ଟିମ ନିୟୋଜିତ ହେବେ,୧୬ ଟି ସେକ୍ଟର ଅଫିସର ଟିମ ରହିବେ ଏବଂ ୪ ଗୋଟି ପୋଲିସ ପେଟ୍ରୋଲିଂ ଟିମ ରହିବ । ଏହି ସଟଡାଉନ ସମୟରେ ଜନସାଧାରଣ ଘରେ ରହି ଏହି ସ୍ୱାସ୍ଥ୍ୟ ଟିମକୁ ସହଯୋଗ କରନ୍ତୁ । ନିଜ ଆଡୁ ଲକ୍ଷଣ ଟିମକୁ ଜଣାଇ ଦିଅନ୍ତୁ ନିଜ ଜୀବନ ବଞ୍ଚାଇବା ସହ ପରିବାରର ଜୀବନ ବଞ୍ଚାଇବେ ବୋଲି ଗଜପତି ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ସଟଡାଉନକୁ ଆଖି ଆଗରେ ରଖି ଗୁରୁବାର ଦିନ ସକାଳ ୭ଟା ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲା ରଖିବାକୁ ଗଜପତି ଜିଲ୍ଲାପାଳ ଅନୁମତି ଦେଇଛନ୍ତି । ପାରଳାଖେମୁଣ୍ଡିକୁ ସଂଯୋଗ କରୁଥିବା ଗଞ୍ଜାମ ରାୟଗଡା ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଏହି ସମସ୍ତ ରାସ୍ତାକୁ ସିଲ କରାଯିବ ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା କହିଛନ୍ତି ।