ବାଣ ବିସ୍ଫୋରଣ ଘଟଣା, ଅପରିଚିତଙ୍କ ଠିକଣା ପାଇଁ ସହଯୋଗ ଜରୁରୀ

0 154

ପୁରୀ : ଚନ୍ଦନ ଯାତ୍ରା ସମୟରେ ନରେନ୍ଦ୍ର ପୋଖରୀ ବାଣ ଦୁର୍ଘଟଣାରେ ଆହତ ହୋଇ କଟକ ବଡ ଡାକ୍ତରଖାନା ବା ଏସସିବି ରେ ଚିକିତ୍ସାଧିନ ଜନୈକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ବ୍ୟକ୍ତିଙ୍କ ନାମ ଦିବ୍ୟ ରଞ୍ଜନ ସାହୁ, ପିତାଙ୍କ ନାମ ଦୁଷ୍ମନ୍ତ ସାହୁ ଏବଂ ଠିକଣା ପୁରୀ ବୋଲି ଡାକ୍ତରଖାନାରେ ଉଲ୍ଲେଖ କରାଯାଇଛି ବୋଲି ଏସସିବି ପକ୍ଷରୁ ସୂଚନା ଦିଆଯାଇଛି ।ତେବେ ଦିବ୍ୟ ରଞ୍ଜନଙ୍କ ପ୍ରକୃତ ଠିକଣା ମିଳିପାରୁ ନାହିଁ । ଏ ସମ୍ପର୍କରେ ବିଭିନ୍ନ ଥାନା ପକ୍ଷରୁ ମଧ୍ୟ ଠିକଣା ତଲାସ ପାଇଁ ଉଦ୍ୟମ କରାଯାଉଛି । ଏଭଳି ସମ୍ବେଦନଶୀଳ ଘଟଣା ରେ ସହଯୋଗ ପୂର୍ବକ କୌଣସି ବ୍ୟକ୍ତି ଦିବ୍ୟ ରଞ୍ଜନଙ୍କ ଫଟୋ ଦେଖି ଯଦି ଚିହ୍ନଟ କରିପାରନ୍ତି ତେବେ ପୁରୀ ଜିଲ୍ଲା ଜରୁରୀ ବିଭାଗ କିମ୍ବା ତହସିଲଦାର ପୁରୀଙ୍କୁ ଅବଗତ କରାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି ।

hiranchal ad1
Leave A Reply

Your email address will not be published.

13 − three =