ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟଣାରେ ତଦନ୍ତ ଆରମ୍ଭ କରିଛି ପୋଲିସ

0 101

ପୁରୀ : ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟଣାରେ ତଦନ୍ତ ଆରମ୍ଭ କରିଛି ପୋଲିସ । କୁମ୍ଭାରପଡା ଥାନା ପୋଲିସ ଦୁଇଜଣ ବାଣ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ଭଉଁରୀ ଉତ୍ସବ ଦିନ ବାଣ ବିସ୍ଫୋରଣ ହୋଇ ଏଯାବତ୍‌ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଭୁବନେଶ୍ୱର ଓ କଟକରେ ଆହତ ବ୍ୟକ୍ତିଙ୍କ ଚିକିତ୍ସା ଚାଲିଛି । ତେବେ କିଏ ଏବଂ କେତେ ଟଙ୍କାର ବାଣ ଆସିଥିଲା, ଏହି ବାଣ କେଉଁଠୁ ଆସିଥିଲା ସେନେଇ ପୋଲିସ ପକ୍ଷରୁ ତଦନ୍ତ ଚାଲିଛି । ଏସପିଙ୍କ ନିର୍ଦ୍ଦେଶରେ ଏକ ଟିମ ଗଠନ ହୋଇଥିବା ବେଳେ ଦୁଇଟି ଦିଗ ଉପରେ ତଦନ୍ତ କରାଯାଉଛି ବୋଲି କହିଛନ୍ତି ପୁରୀ ଏସପି ପିନାକ ମିଶ୍ର । ତେବେ ଏସପି ପିନାକ ମିଶ୍ରଙ୍କ ସୂଚନା ଅନୁସାରେ ବାଣ ବିସ୍ଫୋରଣରେ ଆହତ ହୋଇ ଏସସିବି ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ଦୁଇଜଣ ବ୍ୟକ୍ତି ଆଜି ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି । ଅନ୍ୟପଟେ ଭଉଁରୀ ଉତ୍ସବରେ ବାଣ ଫୁଟାଇବା ନେଇ ପୋଲିସ ପକ୍ଷରୁ କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନକୁ ଅନୁମତି ଦିଆଯାଇନଥିଲା ବୋଲି କହିଛନ୍ତି ଏସପି । ବେଆଇନ୍‌ ଭାବେ ଜଣେ ବ୍ୟକ୍ତି ବାଣ ଫୁଟାଇଥିବାରୁ ଏତେବଡ଼ ଅଘଟଣ ଘଟିଥିଲା ବୋଲି ଏସପି କହିଛନ୍ତି । ତେବେ ଡିଏସପି ରାଙ୍କର ଜଣେ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ଏଥିରେ ଫରେନସିକକ୍‌ ଟିମ୍‌ ଓ ବରିଷ୍ଠ ପୋଲିସ ଅଧିକାରୀ ରହିଛନ୍ତି । ତେବେ ଆସନ୍ତା ୫ ତାରିଖରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଅଧ୍ୟକ୍ଷତାରେ ପୁରୀ ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ ।

hiranchal ad1
Leave A Reply

Your email address will not be published.

fifteen + six =