ଆସନ୍ତାକାଲି ଭୋଟ ଗଣତି, ଜିଲ୍ଲା ଓ ପୋଲିସ ପ୍ରଶାସନର ବ୍ୟାପକ ପ୍ରସ୍ତୁତି

0 149

ପୁରୀ : ଆସନ୍ତା କାଲି ଭୋଟ ଗଣତି ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନର ବ୍ୟାପକ ପ୍ରସ୍ତୁତି ହୋଇଛି । ସହରର ଦୁଇଟି ସ୍ଥାନ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ପୁରୀ ଓ ସତ୍ୟବାଦୀ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରସରେ ବ୍ରହ୍ମଗିରି, ନିମାପଡା,କାକଟପୁର ଓ ପିପିଲି ନିର୍ବାଚନ ମଣ୍ଡଳୀ ଭୋଟ ଗଣତି ହେବ ।ଚଳିତ ବର୍ଷ ପୁରୀ ଜିଲ୍ଲାରେ ୭୬.୫୪ ପ୍ରତିଶତ ମତଦାନ ହୋଇଛି । ଏହା ମଧ୍ୟରୁ ବ୍ରହ୍ମଗିରିରେ ସର୍ବାଧିକ ୮୧.୨୫ ଓ ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବନିମ୍ନ ୬୭.୨୪ ପ୍ରତିଶତ ମତଦାନ ହୋଇଛି । ଉଭୟ ଲୋକସଭା ଓ ବିଧାନସଭା ପାଇଁ ପୃଥକ ୧୦ ଟି ଟେବୁଲରେ ହେବ ଭୋଟ ଗଣତି । ସର୍ବାଧିକ ୨୮ ରାଉଣ୍ଡ ଭୋଟ ଗଣତି ହେବ । ପୋଷ୍ଟଲ ବ୍ୟଲେଟ ପାଇଁ ପ୍ରତ୍ୟକ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ୫ଟି ଟେବୁଲର ବ୍ୟବସ୍ଥା ହୋଇଛି । କାଉଣ୍ଟିଙ୍ଗ ସେଣ୍ଟର ଚତୁଃପାର୍ଶ୍ୱରେ ୧୪୪ ଧାରା ଜାରୀ କରାଯାଇଛି । କାଉଁଟିଙ୍ଗ ହଲ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଓ ସିସିଟିଭି ନଜରରେ ରହିବ । ୩ଟି କାଉଁଟିଙ୍ଗ ହଲ ପାଇଁ ୧୫ ପ୍ଲାଟୁନ ପୋଲିସ ଫୋର୍ସ,୨ କମ୍ପାନୀ ସିଏପିଏଫ ,୨ ପ୍ଲାଟୁନ ସିଆରପିଏଫ ମୁତୟନ କରାଯାଇଛି ।
ତେବେ ଆସନ୍ତା କାଲି ବିଜୟ ଶୋଭାଯାତ୍ରା ପାଇଁ କୌଣସି ରାଜନୈତିକ ଦଳ ପକ୍ଷରୁ ଆବେଦନ ହୋଇନାହିଁ । ତେବେ ବାଣ ଫୁଟାଇବା ପାଇଁ କୌଣସି ଅନୁମତି ଦିଆଯିବ ନାହିଁ ।
ଏ ନେଇ ଆଜି ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

hiring

hiranchal ad1
Leave A Reply

Your email address will not be published.

18 − two =