ବନାଂଚଳ ସ୍ତରୀୟ ବନସୁରକ୍ଷା ସମିତି କର୍ମଶାଳା

0 136

ଚମ୍ପୁଆ: ଚମ୍ପୁଆ ବନାଂଚଳ କାର୍ଯ୍ୟାଳୟ ଠାରେ ବନସୁରକ୍ଷା ସମିତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ୍‌ଡି ହନୁମନ୍ତ ଯୋଗ ଦେଇ ବନ ସୁରକ୍ଷା ସମିତିର କାର୍ଯ୍ୟ ଓ ମଣିଷ ସମାଜର ସାମାଜିକ କାର୍ଯ୍ୟଶୈଳୀ ଉପରେ ପ୍ରଭାବ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ । ହାତୀ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କରିବା ସହିତ ଲୋକଙ୍କ ଜୀବିକାର ସାଧନ ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ବନ ସୁରକ୍ଷା ସମିତି କେବଳ ଜଙ୍ଗଲ ଜଗିବାରେ ସିମିତ ନରହି ସ୍ଥାନୀୟ ଲୋକଙ୍କ ଆବଶ୍ୟକତାକୁ ଉପଲବ୍ଧ କରିବା ସହିତ ଆବଶ୍ୟକ ସ୍ଥଳେ ବନ ବିଭାଗ ସହ ସମନ୍ୱୟ ରକ୍ଷା କରି ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଏପରିକି ଆଗକୁ ହେବାକୁ ଥିବା ବନ ମହୋତ୍ସବ ପରିପ୍ରେକ୍ଷୀରେ ବୃକ୍ଷରୋପଣ କରିବାକୁ ଭିଏସଏସ କମିଟି ଆଗରେ ପ୍ରସ୍ତାବ ରଖିଥିଲେ । ଜନସାଧାରଣଙ୍କ ସହଯୋଗରେ ଯୁଗ୍ମ ଜଙ୍ଗଲ ପରିଚାଳନା ବ୍ୟବସ୍ଥା, ବୃକ୍ଷ ସୁରକ୍ଷା ଏବଂ ପରିବେଶ ଉପରେ ବୃକ୍ଷର ପ୍ରଭାବ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ଆଇଏଫଏସ୍‌ କେ ନାଗାରାଜୁ, ଏସିଏଫ୍‌ ଅକ୍ଷୟ ଛତ୍ରିୟା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ୩୧ ଗୋଟି ବନ ସୁରକ୍ଷାର ସମିତି ସଦସ୍ୟ ସମେତ ବନପାଳ ନଗେନ୍ଦ୍ର ଜେନା, ସୁନିତା ବାଘେଲ, ପ୍ରମୋଦ ବେହେରା, ତ୍ରୀନାଥ ଜେନା, ବୁଲୁ ନାହାକ ସହ ସମସ୍ତ ବନ କର୍ମଚାରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଆମ ଜଙ୍ଗଲ ଯୋଜନା ଟିମ ଲିଡର ଉଦୟନାଥ ହୋ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

two + 12 =