ନିଅଣ୍ଟିଆ ବର୍ଷା ଯୋଗୁଁ ଧାନ ତଳିକୁ ଗରା ଓ ଝରାପାଣି ଭରସା

0 198

ଚମ୍ପୁଆ : ନିଅଣ୍ଟିଆ ବର୍ଷା ଯୋଗୁଁ ଲୁଚକାଳି ଖେଳ ପାଇଁ ଚଳିତବର୍ଷ ଚମ୍ପୁଆ ବ୍ଳକରେ ଗଜାମରୁଡିର ସମ୍ଭାବନା ଦେଖାଯାଇଥିବା ବେଳେ ବର୍ଷକର ଆହାର ପାଇଁ ଚାଷୀ ଅଭିନବ ପ୍ରୟାସ ଜାରିରଖିଥିବା ଦେଖିବାକୁ ମିଳିଛି । ଏପରିକି ବର୍ଷା ଅଭାବରୁ ବୁଣାଧାନ ଅପେକ୍ଷା ରୁଆ ଧାନଚାଷ ଲକ୍ଷ୍ୟ ରଖୁଥିବା ଚାଷୀ ଧାନ ତଳି ବଂଚାଇବା ପାଇଁ ଗରା ଓ ଝରାର ସାହାଯ୍ୟ ଆପଣାଇନେଇଛନ୍ତି । ଚଳିତ ବର୍ଷ ମୌସୁମୀ ଜନିତ ବର୍ଷା ନିରୁତ୍ସାହଜନକ ହୋଇଥିବା ବେଳେ ଜଳଉତ୍ସ ଗୁଡିକରେ ଜଳସ୍ତର ମଧ୍ୟ କମ୍‌ ରହିଛି । ସୂଚନା ଅନୁସାରେ ଚଳିତ ବର୍ଷ ଚାଷ ପାଇଁ ପାଗ ଅନୁକୂଳ ହୋଇନଥିବାରୁ ବୁଣାଧାନ ଉପରେ ନିର୍ଭର କରୁଥିବା ଚାଷୀ ଧାନ ବୁଣି ପାରିନଥିଲେ । ମାତ୍ର ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ଚାଷୀ ବୁଣାଧାନ ଅପେକ୍ଷା ରୁଆଚାଷକୁ ଆଶା କରି ବିଲରେ ଲରେ ଧାନତଳି ଥିଲେ । ହେଲେ ବର୍ଷା ମୁହଁ ଫେରାଇବାରୁ ହତାଶ ହୋଇପଡିଥିବା ଚାଷୀ ଦୂରଦୂରାନ୍ତରୁ ବିଭିନ୍ନ ଜଳଉତ୍ସରୁ ପାଣି ଉଠାଇ ଝରା ଓ ଗରାର ସାହାଯ୍ୟରେ ଜଳସିଂଚନ କରି ଧାନତଳି ବଂଚାଇବାର ପ୍ରାୟସ ଚଳାଇ ଳାଇଛନ୍ତି । କେତେକ ଭାରରେ ପାଣି ଆଣି ତଳିରେ ପାଣି ଦେଉଛନ୍ତି । ଗତ ବର୍ଷ ଜୁନ ମାସରେ୧୫୧.୬ ମିମି ବର୍ଷା ହୋ ହୋଇଥିବା ବେଳେ ଜୁଲାଇ ମାସରେ ୬୯.୮ ମିମି ବର୍ଷା ହୋଇଥିଲା । ମାତ୍ର ଚଳିତ ବର୍ଷ ଜୁନ ମାସରେ ୭୯.୮ ମି.ମି ବସା ହେଉଥିବା ବେଳେ ଜୁଲାଇ ମାସରେ ବର୍ତ୍ତମାନ ସୁଧା ୩୮.୮ ମି.ମି ବର୍ଷା ହୋଇଛି । ଫଳରେ ଧାନ ତଳିକୁ କିପରି ବଂଚାଯାଇପାରିବ ସେନେଇ ଚାଷୀ ସନ୍ଦିହୀନ ହୋଇପଡିଲେଣି । ଚାଷୀ ନରୋତମ ମହାନ୍ତଙ୍କ କହିବା ଅନୁଯାୟ ଯାୟୀ ଆମ୍ଭେ ଉନ୍ନତ ଦେଇଥିଲେ ମାନର ଧାନ ବିହନ ୩ କି.ଗ୍ରା କୁ ୧୧ ଶହ ଟଙ୍କାର କିଣିବା ସହିତ ଆବସ୍ୟକ ପଦକ୍ଷେପ ନେଇ ତଳି ପକାଇଥିଲୁ । ମାତ୍ର ବର୍ଷା ଅଭାବରୁ ତଳି ଗୁଡିକ ହଳଦିଆ ହେବାକୁ ଲାଗିବାରୁ ବାଧ୍ୟ ହୋଇ ଝରା ଓ ଗରା ସାହାଯ୍ୟରେ ଉଭୟ ମହିଳା ପୁରୁଷ ନିକଟ ପୋଖରୀରୁ ପାଣି ଆଣି ଢାଳିବାକୁ ପଡ଼ୁଛି । ମାତ୍ର ବର୍ଷା ନହେଲେ ଚଳିତ ବର୍ଷ ଧାନ ଚାଷରେ ଆମେ ପ୍ରଭୁତ କ୍ଷତି ସହିବୁ ବୋଲି ସୂଚନା ଦେଇଛନ୍ତି । ସେହିପରି ବ୍ଲକ କୃଷି ଅଧିକାରୀ ନୀଳ ମାଧବ ଦାଶଙ୍କୁ ପଚାରିବାରୁ କହିଛନ୍ତି ଯେ ପାଣି ପାଗ ସୂଚନା ଅନୁଯାୟୀ ୧୨ କିମ୍ବା ୧୩ ତାରିଖ ସୁଧା ବର୍ଷା ବର୍ଷ ଠିକ ଭାବରେ ହୁଏ ତାହାଲେ ଚାଷ ପୁଣି ଟ୍ରାକକୁ ଫେରିବ ବୋଲି ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

20 − 18 =