ବୌଦ୍ଧ : କ୍ୱାରେଣ୍ଟାଇନ୍ ସେଣ୍ଟରରେ ପ୍ରବାସୀଙ୍କ ମୃତ୍ୟୁ

0 2,885

ବୌଦ୍ଧ : ବୌଦ୍ଧ ବ୍ଲକ୍ ବଘିଆପଡା ଗ୍ରାମ ପଂଚାୟତର ଗୌଡଦେଇ ଉଚ୍ଚ଼ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ଆଜି ଜଣେ ପ୍ରବାସୀଙ୍କ ମ୍ରୁତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ଟିକରପଡା ଗ୍ରାମ ପଂଚାୟତ ଅନ୍ତର୍ଗତ ମେଣ୍ଢାମାଳ ଗ୍ରାମର ଅଧିବାସୀ । ମିଳିଥିବା ସୂଚନା ଅନୁଯାୟୀ ମେଣ୍ଢାମାଳ ଗ୍ରାମର କାଳିଆ କହଁରଙ୍କ ପୁଅ ନରୋତ୍ତମ କହଁର୍ (୨୨ ବର୍ଷ) ଗୁଜରାଟ ରାଜ୍ୟର ସୁରଟକୁ କାମ କରିବାକୁ ଯାଇ ୫ ଦିନ ତଳେ ନିଜ ଗାଆଁକୁ ଫେରିଥିଲେ । ରାତି ହୋଇ ଯାଇଥିବାରୁ ସେଦିନ ନିଜ ଗ୍ରାମର ସ୍କୁଲ ଘରେ ରାତ୍ରୀ ଯାପନ କରି ସକାଳୁ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କ ପରାମର୍ଶକ୍ରମେ ବଘିଆପଡା ଗ୍ରାମ ପଂଚାୟତର ଗୌଡ ଦେଇ ହାଇସ୍କୁଲରେ ଖୋଲିଥିବା କ୍ୱାରେଣ୍ଟାଇନ୍ ସେଣ୍ଟରକୁ ଆସିଥିଲେ । ସେଠାରେ ଗତ ୪ ଦିନ ଧରି ରହିବା ସହ ତାଙ୍କ ତଣ୍ଟି ଓ ଛାତି ଦରଜ ହେଉଥିବା କହିଥିଲେ । ଦାୟିତ୍ୱରେ ଥିବା କର୍ମଚାରୀ ମାନେ ଏ କଥାକୁ ବିଶେଷ ଗୁରୁତ୍ୱ ଦେଇ ନଥିଲେ ଓ ଆଜି ତାଂକର ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରୁଛନ୍ତି । ଅଭିଯୋଗ ସମ୍ପର୍କରେ ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ କୁହନ୍ତି ଯେ ମୃତ ପ୍ରବାସୀ ଆଜି ସକାଳେ କ୍ୱାରେଣ୍ଟାଇନ୍ ସେଣ୍ଟରର ପାଇଖାନାକୁ ଝାଡା ଯାଇଥିଲେ । ବହୁ ସମୟ ଧରି ସେ ପାଇଖାନା ଭିତରୁ ନ ବାହାରିବାରୁ ତାଙ୍କୁ ଖୋଜା ଯାଇଥିଲା ଓ ତାଂକର ଗୋଡ ଖସି ସେ ଆହତ ହୋଇ ପାଇଖାନା ମଧ୍ୟରେ ପଡିଥିଲେ । ଆମ୍ବୁଲାନସ୍ ଯୋଗେ ତାଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ଅଣାଯାଇଥିଲା ଓ ସେ ମୃତ୍ୟୁବରଣ କରିଥିବା ଡାକ୍ତର ଘୋଷଣା କରିଥିଲେ । ତାଂକର ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସିଡିଏମଓ ଡାକ୍ତର ପ୍ରଧାନ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

2 × two =