ମୌଳିକ ସୁବିଧା ରୁ ବଞ୍ଚିତ ଘୋଡ଼ାଡ଼ିଆଁ ଗାଁ

0 47

ହରଭଙ୍ଗା : ସରକାର ଗ୍ରାମାଞ୍ଚଳ ହେଉ ବା ସହରାଞ୍ଚଳ ହେଉ ସବୁ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେଇ ଥିବାର ଡିଂଡିଂମ ପିଟି ଆସୁଥିବା ବେଳେ ଅବହେଳିତ ହୋଇ କିଛି ନାହିଁ ନାହିଁ ରେ ଆଦିମ ଜନ ବସତି ଘୋଡାଡିଆଁ ଗାଁ l ବିଜେଡି ଶାସନ ର 24ବର୍ଷ ର ପୂର୍ବତନ ବୌଦ୍ଧ ବିଧାୟକ ପ୍ରଦୀପ ବାବୁ ଉକ୍ତ ନିରୀହ ଗ୍ରାମ ବାସୀଙ୍କୁ ପ୍ରତି ନିର୍ବାଚନ ଆସିଲେ ଭୁଆଁ ବୁଲାଇ ପ୍ରତିଶୃତି ଦେଇ ଠକି ଦେଇଥିବା କହୁଛନ୍ତି ଗ୍ରାମବାସୀ l ଆଜି ବି ନାହିଁ ଗାଁ ରେ ସ୍ୱଚ୍ଛ ପାନୀୟ ଜଳ ଗ୍ରାମ ବାସୀଙ୍କ ନାଳ ପାଣି ଭରସା l ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ବହୁ ଦୂରରେ l ଏହା ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦରମହକୁମା ଠାରୁ ମାତ୍ର ୩ କିମି ଦୂରରେ ଥୁବା ଘୋଡାଡିଆଁ ଗାଁ କଥା । ଅନେକ ବର୍ଷ ହେବ ଏକ ପୋଲ ନିର୍ମାଣ ସହ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ଦାବୀ ହୋଇ ଆସୁଥିଲେ ବି ତାହା କେବଳ ପ୍ରତିଶୃତିରେ ସିମିତି ଅଛି । ଗାଁ ରେ ବସ ବାସ କରନ୍ତି ୩୦ ଗୋଟି ପରିବାର । ସବୁଠୁ ଗ୍ରାମ ପାଖ ଦେଇଯାଇଥିବା ନାଳ ସାଜିଛି ଗ୍ରାମବାସୀ ଙ୍କୁ ବାଧକ l ବର୍ଷକୁ 4ମାସ ଅନ୍ୟ ଜନ ବସତିଠୁ ବିଛିନ୍ନ ହୋଇ ଯାଆନ୍ତି ଏହି ଗ୍ରାମବାସୀ l ଆଜି ପର୍ଯ୍ୟନ୍ତ ବହୁବାର ଦାବୀ କରିଥିଲେ ସୁଦ୍ଧା ଏଯାଏଁ ନାଳ ଉପରେ ପୋଲଟିଏ ହୋଇ ପାରି ନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପୋଲ ନିର୍ମାଣ ହେଲେ ଗ୍ରାମର ପ୍ରାୟ ଅର୍ଧେକ ସମସ୍ୟା ଦୂର ହୋଇଯିବ ବୋଲି କହିଛନ୍ତି ଗ୍ରାମବାସୀ l ଏଣୁ ଜିଲ୍ଲା ପ୍ରଶାସନ ଓ ନୂତନ ବୌଦ୍ଧ ବିଧାୟକ ଉକ୍ତ ଗ୍ରାମ ରେ ଥିବା ମୌଳିକ ସମସ୍ୟା ସମେତ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି l

hiranchal ad1
Leave A Reply

Your email address will not be published.

seventeen − 5 =