ପଟ୍ଟା ପାଇଲେ ବୁଗୁଡା କଲୋନୀ ଗ୍ରାମବାସୀ

0 396

ଦଶପଲ୍ଲା : ଦୀର୍ଘ ୭୦ ବର୍ଷର ନିରବଚ୍ଛିନ୍ନ ସଂଘର୍ଷ ପରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍, ଟାକରା ଗ୍ରାମପଞ୍ଚାୟତ ର ଆଦିବାସୀ ଗ୍ରାମ, ବୁଗୁଡା କଲୋନୀ ଗ୍ରାମବାସୀଙ୍କୁ ଆଜି ଦଶପଲ୍ଲା ତହସିଲଦାର ସୃତିରଂଜନ ଶତପଥି ଗ୍ରାମର ୩୭ ଟି ଆଦିବାସୀ ପରିବାରକୁ ସ୍ଥାୟୀ ପଟ୍ଟା ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି, ବୁଗୁଡା କଲୋନୀ ଗ୍ରାମଟି ୧୯୫୭ ମସିହାରେ ଆଦିବାସୀ ମଂଗଳ ବିଭାଗ ଜରିଆରେ ସ୍ଥାପିତ ହୋଇଥିଲା । ଏହି ସମୟରେ ଜଂଗଲ, ପାହାଡ ଓ ଡଙ୍ଗର ମଧ୍ୟରେ ଥିବା ଆଦିବାସୀ ପରିବାରଙ୍କୁ, ସରକାର ସମାଜର ମୂଖ୍ୟ ସ୍ରୋତରେ ସାମିଲ୍ କରିବା ସହିତ, ଆଦିବାସୀ ମାନଙ୍କ ସାମଗ୍ରିକ ବିକାଶ କରିବପାଉଁ ତତ୍କାଳୀନ ସରକାର ୨୫ ଗୋଟି ଆଦିବାସୀ ପରିବାରଙ୍କୁ ଘର ନିର୍ମାଣ କରିବା ସହିତ, କିଛି ଚାଷଜମି ପ୍ରଦାନ କରିଥିଲେ। କିନ୍ତୁ ଏହାର କିଛି ବର୍ଷପରେ ବନ୍ଦୋବସ୍ତ ସମୟରେ କୈlଣଷି କାରଣ ବଶତଃ ବୁଗୁଡା କଲୋନୀ ଗ୍ରାମର ସମସ୍ତ ଜମିବାଡ଼ି ଜଙ୍ଗଲ କିସମ ଜମି ବୋଲି ଜଣାପଡିଥିଲା। ଏହାଯୋଗୁଁ ବୁଗୁଡା କଲୋନୀ ଆଦିବାସୀ ମାନେ, ଜାତିଗତ ପ୍ରମାଣ ପତ୍ର, ରୋଜଗାର ପ୍ରମାଣ ପତ୍ର, ସ୍ଥାନଗତ ପ୍ରମାଣ ପତ୍ର ଓ ଚାକିରୀ କ୍ଷେତ୍ରରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଗତ ଦୁଇବର୍ଷ ତଳେ ଏହିଗ୍ରାମ ମଧ୍ୟଦେଇ ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ ଯିବାପାଇଁ ହେଉଥିବା ସର୍ଭେ ସମୟରେ, ଯାଗା ଓ ଜମିକୁ ନେଇ ସରକାର ଓ ଗ୍ରାମବାସୀଙ୍କ ମଧ୍ୟରେ ଦ୍ଵନ୍ଦ ହୋଇଥିଲା। ଏହାର ପ୍ରତିବାଦରେ ଗ୍ରାମବାସୀମାନେ ଦୀର୍ଘ ୭ ମାସ ଧରି ଆନ୍ଦୋଳନ କରିବା ସହିତ ଗ୍ରାମ ସୀମାରେ ନାଲି ପତାକା ମାରି ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ। ଏହି ଘଟଣା ପରେ ବହୁ ଉଚ୍ଚ ପଦସ୍ଥ ଅଧିକାରୀ ଗ୍ରାମରେ ପହଞ୍ଚି ଏହାର ସୁ- ସମାଧାନ ପାଇଁ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ। ସରକାରୀ ପ୍ରଚେଷ୍ଟା ଓ ଆଦିବାସୀ ମାନଙ୍କର ଦୀର୍ଘଦିନର ସଂଘର୍ଷର ଫଳ ସ୍ବରୁପ, ଆଦିବାସୀ ମାନେ ସ୍ଥାୟୀ ପଟ୍ଟା ପାଇଥିବାରୁ ସମସ୍ତେ ନିଜର ଖୁସି ବ୍ୟକ୍ତ କରିଛନ୍ତି।

hiranchal ad1
Leave A Reply

Your email address will not be published.

10 + twenty =