ଭିମସାରରେ ୪ଜଣ କରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ : ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣ ପାଇଁ ୨ଦିନିଆ ସଟଡାଉନ

0 86

ସମ୍ବଲପୁର : ସମ୍ପୂର୍ଣ୍ଣ ପଶ୍ଚିମାଞ୍ଚଳରେ ପ୍ରମୁଖ ଚିକିତ୍ସା ଅନୁଷ୍ଠାନ ଭିମସାରର ଆଇସୋଲେଶନ ୱାର୍ଡରେ ୨୪ଘଣ୍ଟା ଭିତରେ ଚାରିଜଣ ସନ୍ଦିଗ୍ଧ କରୋନା ରୋଗୀଙ୍କ ମୃତ୍ୟୁ ପରେ ଏଠାରେ ସବୁଆଡେ ହଇଚଇ ସୃଷ୍ଟି ହୋଇଛି । ଉକ୍ତ ଚାରିଜଣଙ୍କ ଲକ୍ଷଣ ଅନୁଧ୍ୟାନ କରି ସନ୍ଦିଗ୍ଧ କରୋନା ମାମଲା ଭାବେ ଆଇସୋଲେଶନ ୱାର୍ଡରେ ଭର୍ତ୍ତି କରି ସେମାନଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା କିନ୍ତୁ ପରୀକ୍ଷା ଫଳ ଆସିବା ଆଗରୁ ସେମାନଙ୍କ ମୃତ୍ୟୁ ଘଟିଥିଲା । ଏହି ଖବର ପ୍ରସାରିତ ହେଲାପରେ ଭିମସାର କ୍ୟାମ୍ପସରେ ସ୍ଥିତି ସାମାନ୍ୟ ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ଅହେତୁକ କରୋନା ପଜିଟିଭଙ୍କ ସଂଖ୍ୟ।।ବୃଦ୍ଧିକୁ ଆଖି ଆଗରେ ରଖି ଗତକାଲିଠାରୁ ପ୍ରଶାସନ ସମଗ୍ର ଜିଲ୍ଲାରେ ଶନିବାର ଓ ରବିବାର ଦୁଇଦିନିଆ ସଟଡାଉନ ଘୋଷଣା କଲେ ଓ ଏହି ଦୁଇ ଦିନ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ ରହିବ ବୋଲି କୁହାଯାଇଛି । ଭିମସାରରୁ ଏ ବିଷୟରେ ପ୍ରାପ୍ତ ସୂଚନା ଅନୁସାରେ ସ୍ଥାନୀୟ କ୍ଷେତରାଜପୁର ପୁଲିସ ଥାନା ଅନ୍ତର୍ଗତ ହଳଦୀମିଲ ପଡାରୁ ଜଣେ ୧୩ବର୍ଷୀୟ ବାଳକକୁ ଚିକିତ୍ସା ପାଇଁ ଭିମସାରରେ ଭର୍ତ୍ତି କରା ଯାଇଥିଲା । ତାଙ୍କ ସନ୍ଦିଗ୍ଧ ଲକ୍ଷଣ ଦେଖି ତାଙ୍କର ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା କିନ୍ତୁ ଫଳ ଆସିବା ଆଗରୁ ଗତକାଲି ଉକ୍ତ ବାଳକର ମୃତ୍ୟୁ ଘଟିଥିଲା । ଡାକ୍ତରଙ୍କ କହିବା ଅନୁସାରେ ତାଙ୍କର ମୃତ୍ୟୁର କାରଣ ନିମୋନିଆ ବୋଲି କୁହାଯାଇଛି, କିନ୍ତୁ ପରିଜନଙ୍କ ପକ୍ଷରୁ ଏହା ଚିକିତ୍ସା ଅବହେଳାର ଏକ ମାମଲା ଅଭିଯୋଗ ଆଣି ତାଙ୍କର ମୃତଦେହ ନେବାକୁ ମନାକରିବାରୁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ପରେ ବୁଝାସୁଝା କରିବାରୁ ସେମାନେ ଶବ ନେଇଥିଲେ ଓ ସ୍ଥିତି ସାମାନ୍ୟ ହୋଇଥିଲା । ସେହିପରି ସେଦିନ ପୂର୍ବରୁ ବୁଧବାର ବିଳମ୍ବିତ ରାତି ରେ ଜଣେ ୫୦ବର୍ଷୀୟ ବ୍ୟକ୍ତିର ମୃତ୍ୟୁ ହୋଇଥିଲା, ଯାହାଙ୍କର ପ୍ରବଳ କାଶ ଯୋଗୁଁ କରୋନା ସନ୍ଦେହରେ ସ୍ୱାବ ନମୁନା ନିଆଯାଇଥିଲା । ତାଙ୍କ ପରେ ଜଣେ ୪୦ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଥିଲା, ଯିଏକି ମୁଣ୍ଡବ୍ୟଥାରୁ ପୀଡିତ ଥିଲେ । ଛତିଶଗଡ଼ରୁ ଆସି ଥିବା ଏହି ମହିଳାଙ୍କ ସ୍ୱାବ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା । ଏହି ଶୃଙ୍ଖଳାରେ ୭୫ବର୍ଷୀୟ ଚତୁର୍ଥ ରୋଗୀ ଜଣକ ଝାରସୁଗୁଡା ଜିଲ୍ଲା ଅନ୍ତର୍ଗତ ବେଲପାହାଡ଼ ଥାନା ମନୋହରପୁରରୁ ଆସିଥିଲେ ବୋଲି ଜଣାପଡିଛି ।

hiranchal ad1
Leave A Reply

Your email address will not be published.

five × 3 =