ମାରୱାଡି ମହିଳା ସମିତିର ଦିବ୍ୟାଙ୍ଗ ଶିବିର

0 21

ବରଗଡ଼ : ଅଖିଳ ଭାରତୀୟ ମାରୱାରୀ ମହିଳା ସମ୍ମିଳନ ବରଗଡ ଶାଖା ଏବଂ ଆଞ୍ଚଳିକ ପୁନର୍ବାସ ଏବଂ ଅନୁସନ୍ଧାନ କେନ୍ଦ୍ର (RRRC) ରାଉରକେଲାର ମିଳିତ ସହଯୋଗରେ କେନ୍ଦ୍ରୀୟ ଏଡ଼ିଆଇପି ଯୋଜନା ଅଧୀନରେ ଦିବ୍ୟାଙ୍ଗ ମାନଙ୍କୁ ସହାୟକ ଉପକରଣ ବଣ୍ଟନ କରାଯାଇଥିଲା |  ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲରେ ମାରୱାଡି ମହିଳା ସମିତିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଭିନ୍ନକ୍ଷମ ଶିବିରରେ ସଂସ୍କାର ଇଣ୍ଟରନେସନାଲ ସ୍କୁଲର ଅଧ୍ୟକ୍ଷ ସୁମନ ସାୱାଡ଼ିଆ ମୁଖ୍ୟ ଅତିଥି, ଆରଆରଆରସି ରାଉରକେଲା ସଭାପତି ରାମ ଚନ୍ଦ୍ର ବେହେରା ସମ୍ମାନିତ ଅତିଥି, ମାରୱାଡି ମହିଲା ସମିତିର ଅଧ୍ୟକ୍ଷା ପ୍ରେମା ଅଗ୍ରୱାଲ, ପୂର୍ବ ପ୍ରାନ୍ତିୟ ଅଧ୍ୟକ୍ଷା ଗାୟତ୍ରୀ ଲାଠ , ସମ୍ପାଦିକା ରେଖା ବଂସଳ ମଞ୍ଚାସୀନ ଥିଲେ। ଏହି ଶିବିରରେ ବରଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳର ୩୮ ଜଣ ଦିବ୍ୟାଙ୍ଗ ମଧ୍ୟରୁ ୧୭ ଜଣଙ୍କୁ ହ୍ଵିଲ ଚେୟାର, ୨୦ ଜଣଙ୍କୁ ଶ୍ରବଣ ଉପକରଣ ଏବଂ ୧ ସ୍ମାର୍ଟ ଷ୍ଟିକ୍ ଯୋଗାଇ ଦିଆଯାଇଥିଲା | ଶିବିର ପରିଚାଳନାରେ ମାରୱାଡି ମହିଳା ସମିତିର ସମସ୍ତ ସଦସ୍ୟ ସହଯୋଗ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସଂଗଠନର ସଭାପତି ତଥା ସହରର ବିଶିଷ୍ଟ ନାଗରିକମାନେ ମଧ୍ୟ ସାମିଲ ହୋଇଥିଲେ। ବିଶେଷକରି କମିଟି ସଦସ୍ୟଙ୍କ ଦ୍ୱାରା ଶିବିରକୁ ଆସିଥିବା ଅକ୍ଷମ ଭାଇ ଓ ଭଉଣୀମାନଙ୍କ ପାଇଁ ସମସ୍ତ ପ୍ରକାର ଖାଦ୍ୟ, ପାନୀୟ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା କରାଯାଇଥିଲା I

hiranchal ad1
Leave A Reply

Your email address will not be published.

ten − 4 =