ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଅଂଗନ ଓ୍ବାଡି ଶିଶୁ

0 418

ଦଶପଲ୍ଲା : ଆଜି ସକାଳ ୯ ଘଟିକା ସମୟରେ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଟାକରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ତିଳାବାଡି ଅଙ୍ଗନଓ୍ବାଡି କେନ୍ଦ୍ରରେ ପାଚିକା ରୋଷେଇ କରିବା ପାଇଁ ଗ୍ୟାସ୍ ଅନ୍ କରିବା ସମୟରେ, ରୋଷେଇଘର ହୁତ୍ ହୁତ୍ ହୋଇ ଜଳି ଉଠିଥିଲା। ହଠାତ୍ ନିଆଁ ଲାଗିଯିବାଯୋଗୁଁ  କେହି କିଛି ବୁଝିପାରି ନଥିଲେ। ନିଆଁର ପ୍ରକୋପ ଏତେ ଥିଲା ଯେ, ରୋଷେଇଘରୁ କ୍ଲାସ୍ ରୁମ୍ ପର୍ୟ୍ୟନ୍ତ ନିଆଁ କ୍ଷଣକ ମଧ୍ୟରେ ବ୍ୟାପିଯାଇଥିଲା। ଆକସ୍ମିକ ଦୁର୍ଘଟଣାକୁ ଏଡାଇବା ପାଇଁ ଅଙ୍ଗନଓ୍ବାଡି କର୍ମୀ ସବିତା ନାୟକ ଓ ପାଚିକା ରିତା ବେହେରା  ନିଜ ଜୀବନକୁ ବିପନ୍ନ କରିବା ସହିତ, ଉପସ୍ଥିତ ବୁଦ୍ଧି ପ୍ରୟୋଗକରି ଶିଶୁ ମାନଙ୍କୁ ଶ୍ରେଣୀ ଗୃହ ବାହାର ଖୋଲା ପଡିଆକୁ ନେଇଆସିଥିଲେ। ନିଆଁର କରାଳତାକୁ ଦେଖି ଛୋଟଛୋଟ କୋମଳମତି ଶିଶୁମାନେ ହତବାକ୍ ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ଘଟଣାସ୍ଥଳ ନିକଟରେ ଥିବା ଗ୍ରାମବାସୀମାନେ, ଅଙ୍ଗନଓ୍ବାଡି କେନ୍ଦ୍ରରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ତେବେ ଅଙ୍ଗନଓ୍ବାଡି କର୍ମୀ ପାଚିକା ଓ ଗ୍ରାମବାସୀଙ୍କ ଉପସ୍ଥିତ ବୁଦ୍ଧି ଓ ସାହାସିକତା ଯୋଗୁଁ ଆଜି ଅନେକ କୋମଳମତି ଶିଶୁ ଆକସ୍ମିକ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।

hiranchal ad1
Leave A Reply

Your email address will not be published.

nine − 8 =