ଜିଲ୍ଲା ଦକ୍ଷତା କେନ୍ଦ୍ରରେ ନିଯୁକ୍ତି ପତ୍ର ବଣ୍ଟନ

0 32

ଫୁଲବାଣୀ : ଗାୟତ୍ରୀ ଚାରିଟେବୁଲ୍ ଏଜୁକେଶନ୍ ଟ୍ରଷ୍ଟ, ଫୁଲବାଣୀ ଦ୍ୱାରା ନିଯୁକ୍ତି ପତ୍ର ବଣ୍ଟନ କାର୍ୟ୍ୟକ୍ରମ କରାଯାଇଥିଲା । ଉକ୍ତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଅଶୋକ କୁମାର ଭୋଇ, ଅତିରିକ୍ତ ଜିଲ୍ଲାପାଳ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଶ୍ରୀମତୀ ଦେବ୍ୟାନୀ ଭୋଇ,ପି.ଏ., ଆଇ.ଟି. ଡି.ଏ., ଫୁଲବାଣୀ, ପ୍ରକାଶ କୁମାର ସେଠୀ, ପ୍ରିନ୍ସିପାଲ୍, ଆଇ.ଟି.ଆଇ. ଫୁଲବାଣୀ ଏବଂ ଜିଲ୍ଲା ଦକ୍ଷତା ନିୟୋଜନକାରୀ, ପୁରୁଷୋତ୍ତମ ମହାପାତ୍ର ଯୋଗ ଦେଇଥିଲେ। ଉକ୍ତ କାର୍ୟ୍ୟକ୍ରମରେ ସୋଲାର ପ୍ୟାନେଲ ଇନଷ୍ଟଲେସନ ଟେକନିସିଆନରେ ତାଲିମ୍ ନେଇଥିବା ୨୨ଜଣ କୃତି ପ୍ରଶିକ୍ଷାର୍ଥୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଥିଲା। ଉକ୍ତ କାର୍ୟ୍ୟକ୍ରମରେ ସମସ୍ତ ଅତିଥିବୃନ୍ଦ ପ୍ରଶିକ୍ଷାର୍ଥୀ ମାନଙ୍କର ଉଜ୍ଜ୍ଵଳ କାମନା କରିଥିଲେ । ତଥା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଥିବା ବେରୋଜଗାର ଯୁବକ ମାନେ ଏହି ଭଳି ପ୍ରଶିକ୍ଷତାରେ ଭାଗନେଇ ରୋଜଗାର କ୍ଷମ ହୋଇ ପାରିବେ ବୋଲି ଆଶା ପ୍ରକାଶ କରିଥିଲେ। ଶେଷରେ ଏହି କାର୍ୟ୍ୟକ୍ରମକୁ ଜ୍ଞାନରଞ୍ଜନ ରାୟ, ପ୍ରୋଗ୍ରାମ୍ ମ୍ୟାନେଜର୍ ଏବଂ ଭାଗ୍ୟସାରଥୀ ରାଉତ, ଏଚ୍.ଆର୍. ମ୍ୟାନେଜର୍ ଏବଂ ଜି.ସି.ଟି. ପ୍ରମୂଖ ସୁଫଳ ଭାବରେ ରୂପାୟନ କରିଥିଲେ । ଫୁଲବାଣୀ ଅନୁଷ୍ଠାନର ସମସ୍ତ କର୍ମଚାରୀ ବୃନ୍ଦ ସହଯୋଗ ପ୍ରଦାନ କରିଥିଲେ ଏବଂ ବିଶ୍ଵ ଦକ୍ଷତା କେନ୍ଦ୍ରରୁ ମିଷ୍ଟର. ଟି. ରାଜା ପ୍ରିନ୍ସିପାଲ୍ ଅଫ୍. ଡବ୍ଲ୍ୟୁ. ଏସ୍.ସି., ଭୁବନେଶ୍ଵର, ମିଷ୍ଟର ଶୈଳେସ୍ କୁମାର ମିଶ୍ର, ଡି.ଡି. ବିଶ୍ଵ ଦକ୍ଷତା କେନ୍ଦ୍ରରୁ ଜିଲ୍ଲା ଦକ୍ଷତା କେନ୍ଦ୍ରକୁ ଭ୍ରମଣ କରି ପ୍ରଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଶିକ୍ଷଣର କାର୍ୟ୍ୟକ୍ରମକୁ ବୁଲି ଦେଖି ସନ୍ତୋଷ ପ୍ରକାଶ କରିଥିଲେ ।

hiranchal ad1
Leave A Reply

Your email address will not be published.

one × four =