ବୌଦ୍ଧ ଜିଲ୍ଲାରେ ସଟ୍ ଡାଉନ ହେବା ନେଇ ଗୁଜବ

0 1,794

ବୌଦ୍ଧ,୧୦/୭ – କରୋନା ମହାମାରୀ ରାଜ୍ୟରେ ଘୋ ଘୋ ହୋଇ ବଢୁଥିବା ବେଳେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ପ୍ରଶାସନ ସଟ୍ ଡାଉନ ଘୋଷଣା କରିସାରିଲେଣି । ଆମର ସମସ୍ତ ପଡୋଶୀ ଜିଲ୍ଲା ମାନଙ୍କରେ ମଧ୍ୟ ସାପ୍ତାହିକ ଶନିବାର ଓ ରବିବାର ସଟ୍ ଡାଉନ ଆରମ୍ଭ ହୋଇ ଯାଇଛି । ଅନ୍ୟ ଜିଲ୍ଲା ମାନଙ୍କ ଭଳି ବୌଦ୍ଧ ଜିଲ୍ଲାର କରୋନା ପରିସ୍ଥିତି ଖରାପ ହୋଇ ନାହିଁ । ଜିଲ୍ଲା ପ୍ରଶାସନ ଜିଲ୍ଲାରେ କରୋନା ମୁକାବିଲା ପାଇଁ ସଜାଗ ରହି ଲୋକଙ୍କୁ ସଚେତନ କରାଇବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରି ଆସୁଅଛି । ଚଳିତ ସପ୍ତାହରୁ ବୌଦ୍ଧ ଜିଲ୍ଲା ମଧ୍ୟ ଶନିବାର ଓ ରବିବାର ସଟ୍ ଡାଉନ ରହିବ ବୋଲି ଗତ ୨ ଦିନ ଧରି ଜିଲ୍ଲାର ବିଭିନ୍ନ ଅଂଚଳରେ ଗୋଟିଏ ଗୁଜବ ପ୍ରଚାରିତ ହେଉଥିବା ଦେଖିବାକୁ ମିଳୁଛି । ଆଜି ସନ୍ଧ୍ୟାରେ ଆମେ ସଟ୍ ଡାଉନ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଂଜନ ନାଏକଙ୍କ ସହ କଥାବାର୍ତ୍ତା କରିଥିଲୁ । ଶ୍ରୀ ନାଏକ କହିଥିଲେ ଏହା ଗୁଜବ ହୋଇପାରେ । ଚଳିତ ସପ୍ତାହର ଶନିବାର ଓ ରବିବାର ସର୍ଟ ଡାଉନ୍ ହେବା ପାଇଁ ଜିଲ୍ଲାପାଳ ଘୋଷଣା କରିନାହାନ୍ତି । ଆମେ ଲୋକଙ୍କୁ ସଚେତନ କରାଇ ଆସୁଛୁ । ଲୋକେ ସଚେତନ ହୋଇ ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ବ୍ୟବହାର କରିବାରେ ଅଭ୍ୟସ୍ତ ହେଲେ ଜିଲ୍ଲାରେ ସଟ୍ ଡାଉନ କରିବା ଦରକାର ପଡିବ ନାହିଁ । ଯଦି ଜନସାଧାରଣ ପ୍ରଶାସନର ନିର୍ଦ୍ଦେଶ ନ ମାନିବେ ତେବେ ଆଗାମୀ ଦିନରେ ଜିଲ୍ଲାପାଳ ପରିସ୍ଥିତି ଦେଖି ସଟ୍ ଡାଉନ କରିବାପାଇଁ ବିକଳ୍ପ ବିଚାର କରିପାରନ୍ତି ବୋଲି ଶ୍ରୀ ନାଏକ ପ୍ରକାଶ କରିଥିଲେ ।

hiranchal ad1
Leave A Reply

Your email address will not be published.

20 + nineteen =