ଅଙ୍ଗଦାନ ଦିବସରେ ବ୍ୟାପକ ସଚେତନତା ,୬ ରେ ଅନୁଷ୍ଠିତ ହେବ ଶରୀର ଓ ଅଙ୍ଗଦାନ ମହୋତ୍ସବ

0 26

ଧର୍ମଶାଳା ,03/08/24 ଅଙ୍ଗଦାନ ଏବେ ସାରା ଦେଶ ରେ ଏକ ନୂଆ ସମ୍ଭାବନା ଓ ଏହାର ସଚେତନତା ପାଇଁ ସବୁ ମହଲରେ ଆରମ୍ଭ ହୋଇଛି ପ୍ରୟାସ। ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କବାଟବନ୍ଧ ଓ ସଚେତନ ନାଗରିକ ମଞ୍ଚ ଯାଜପୁର ର ମିଳିତ ପ୍ରୟାସ ରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ରେ ପାଳିତ ହୋଇଛି ଜାତୀୟ ଅଙ୍ଗଦାନ ଦିବସ । ଅଙ୍ଗଦାନ ର ସଚେତନତା ଛାତ୍ର ସମାଜ ଦ୍ୱାରା ବ୍ୟାପକ ହୋଇ ପାରିବ ବୋଲି ଜନପ୍ରିୟ ଡାକ୍ତର ତଥା କବାଟବନ୍ଧ ଡାକ୍ତରଖାନା ର ମେଡ଼ିକାଲ ଅଫିସର ସମାଜସେବୀ ଡାଃ. ନିହାର ରଂଜନ କର ଶ୍ରୀ ଶ୍ରୀ ହିଙ୍ଗୁଳା ବିଦ୍ୟା ମନ୍ଦିର ଠାରେ ଛାତ୍ର ଛାତ୍ରୀ ଙ୍କୁ ସମ୍ବୋଧନ କରିଥିଲେ। ଏହି ଅଙ୍ଗଦାନ ସଚେତନତା ଅଭିଯାନ ରେ କୁଇଜ ପ୍ରତିଯୋଗିତା ମାଧ୍ୟମରେ ପିଲାଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା। ଅଙ୍ଗଦାନ କରିବା ଦ୍ୱାରା ଅନ୍ୟ ସାତ ଜଣଙ୍କ ଜୀଵନ ସୁରକ୍ଷା ହୁଏ।
ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଦେଶ ର ଆଗାମୀ ଭବିଷ୍ୟତ। ଭବିଷ୍ୟତ ରେ ଛାତ୍ର ଛାତ୍ରୀ ମାନେ ଅଙ୍ଗଦାନ କରିବାକୁ ଆଗ୍ରହୀ ହେବାକୁ ଡାକ୍ତର କର ପ୍ରେରଣା ଦେବା ସହିତ ଆଗାମୀ ଅଗଷ୍ଟ ୬ ତାରିଖ ରେ ହେବାକୁ ଥିବା ଶରୀର ଓ ଅଙ୍ଗଦାନ ଉତ୍ସବ ରେ ଅଭିଭାବକ ମାନଙ୍କୁ ନିମନ୍ତ୍ରଣ କରିବାକୁ ସୂଚନା ଦେଇଥିଲେ।ପରେ ପରେ ମୁକୁନ୍ଦପାତ୍ର ମହାବିଦ୍ୟାଳୟ ରେ ସ୍କାର୍ଟ କ୍ଲାସ ରୁମ ପରିସରରେ ଅଙ୍ଗଦାନ ଉପରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ନବାଗତ ନାଗରିକ ଙ୍କ ଦାଇତ୍ୱ ଅଙ୍ଗାଦନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆବାହକ ସରୋଜ ବେହେରା ଯୁବ ଛାତ୍ର ଛାତ୍ରୀ ଙ୍କୁ ସଚେତନ କରିବା ସହ ଅଙ୍ଗଦାନ କରି ନିଜ ମାନବିକ ମୂଲ୍ୟବୋଧ କୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମ ରେ ଏସ ଏନ ଏମ ପକ୍ଷରୁ ଶକ୍ତି ସାମନ୍ତ,ସନ୍ତୋଷ ତରାଇ କଲେଜ କର୍ତ୍ତୃପକ୍ଷ ଶ୍ରୀଯୁକ୍ତ ଅସିତ ଭଞ୍ଜ ଓ ଶିକ୍ଷାବିତ ମାନେ ପିଲାଙ୍କୁ ପ୍ରେରଣା ଦେବା ସହିତ ଅଙ୍ଗଦାନ କରିବାକୁ ଉତ୍ସାହିତ କରିଥିଲେ। ଏହି ସଚେତନତା ଅଭିଯାନ ସହିତ ଆଗାମୀ ଅଗଷ୍ଟ ୬ ତାରିଖ ରେ ମର୍ଜିତାପୁର ଠାରେ ଆୟୋଜିତ ହେଉଅଛି ଶରୀର ଓ ଅଙ୍ଗଦାନ ମହୋତ୍ସବ। ଏଜି କାର୍ଯ୍ୟକ୍ରମ ରେ ଶରୀର ଓ ଅଙ୍ଗଦାନ ସସ୍ଥା ର ଜାତୀୟ ସଭାପତି ର ଡାକ୍ତର ପ୍ରଭାସ ଆଚାର୍ଯ୍ୟ ମହୋଦୟ ଙ୍କ ସହିତ ସମାଜିକ ବୁଦ୍ଧିଜୀବୀ ମାନେ ଯୋଗ ଦେଇ ଅଙ୍ଗଦାତା ମାନଙ୍କୁ ସମ୍ବର୍ଦ୍ଧିତ କରିବା ହେବେ।ଏହି ମହା ମାନବୀୟ ଉତ୍ସବ ରେ ଅଙ୍ଗଦାତା ମାନେ ପହଁଚି କାର୍ଯ୍ୟ କୁ ସଫଳ କରାଇବା ପାଇଁ ଡାକ୍ତର ଶ୍ରୀଯୁକ୍ତ ନିହାର ରଂଜନ କର, ଏସ ଏନ ଏମ ଆବାହକ ସରୋଜ ଶ୍ରୀଯୁକ୍ତ ବେହେରା, ଉପଦେଷ୍ଟା ଶ୍ରୀଯୁକ୍ତ ପରମାନନ୍ଦ ସାହୁ, ଶ୍ରୀଯୁକ୍ତ ପଙ୍କଜ ମଲ୍ଲ ପ୍ରମୁଖ ନିବେଦନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

one × 1 =