କୋଭିଡ ନିୟମ ଉଲ୍ଲଙ୍ଘନ,ଦୁଇ ଜଳଖିଆ ଦୋକାନକୁ ବନ୍ଦ କଲା ପ୍ରଶାସନ

0 1,266

ବୌଦ୍ଧ,୧୧/୭ – ଗତକାଲି ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ନିୟମ ଉଲ୍ଲଙ୍ଘନ କରୁଥିବା ଦୋକାନ ଓ ଜନସାଧାରଣ ମାନଙ୍କ ଉପରେ ଚଢାଉକରି ଜୋରିମାନା ଆଦାୟ କରାଯାଇଥିଲା । କୋଭିଡ ନିୟମ ଉଲ୍ଲଙ୍ଘନ କରି ଦୋକାନ ଆଗରେ ସାମାଜିକ ଦୂରତା ରକ୍ଷା କରିନଥିବା ଦୁଇଟି ଜଳଖିଆ ଦୋକାନକୁ ୩ ଦିନ ପାଇଁ ସିଲ କରାଯାଇଥିବା ଜଣାପଡିଛି । ଗୋଟିଏ ଦୋକାନ ଏନଏସି ଛକ ଓ ଅନ୍ୟଟି ରାଜନପାଲି ଛକ ନିକଟରେ ବୋଲି ସୂଚନା ମିଳିଛି । ଗତକାଲିର ଚଢାଉରେ ଡେପୁଟି କଲେକ୍ଟର ତ୍ରିଦେବ ରଥ, ଅବିନାଶ ପାଣ୍ଡିଆ, ଏନଏସି କର୍ମଚାରୀ ରତିକାନ୍ତ ମହାପାତ୍ର ଓ ବୌଦ୍ଧଥାନାର ପୋଲିସ୍ କର୍ମଚାରୀ ମାନେ ମିଳିତ ଚଢାଉ କରିଥିଲେ ।

hiranchal ad1
Leave A Reply

Your email address will not be published.

four × 1 =