ଖାଲ ଖମାରେ ପୂର୍ଣ୍ଣ ଜାତୀୟ ରାଜପଥ

0 22

ହରଭଙ୍ଗା : ଖୋର୍ଦ୍ଧା -ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ଏବେ ସାଜିଛି ମରଣ ଯନ୍ତା l ଖାଲ ଖମାରେ ପୂର୍ଣ୍ଣ ଥିବା ସହ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣାର ଶିକାର ହେଉଛନ୍ତି ଯାତ୍ରୀ l ସୂଚନା ଅନୁଯାଇ ଜନଗହଳି ପୂର୍ଣ୍ଣ ହରଭଙ୍ଗା ବ୍ଲକ ର ପୁରୁଣାକଟକ ଦେଇ ଯାଇଥିବା ୫୭ନଂ ଜାତୀୟ ରାଜପଥ ପୁରୁଣାକଟକ ଅଠର ନଳା ପୋଲ ଠାରୁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପର୍ଯ୍ୟନ୍ତ ପ୍ରାୟ ୩କିଲୋମିଟର ରାସ୍ତାର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ, ପୁରୁଣାକଟକ -ଧଳପୁର ଛକ, କନିଷ୍ଠ ଭୈରବୀ କଲେଜ ଛକ ନିକଟ ଓ ଅଠରନଳା ପୋଲ ଉପରେ ବିରାଟ ବିରାଟ ଖାଲ ଖମାରେ ଭର୍ତ୍ତି ହୋଇଛି ଫଳରେ ବିଭିନ୍ନ ସମୟରେ ଯାତ୍ରୀ ଦୁର୍ଘଟଣା ର ଶିକାର ହେଉଛନ୍ତି କିନ୍ତୁ NH ବିଭାଗୀୟ ଅଧିକାରୀ କାର୍ଯ୍ୟାଳୟ ରେ କୁମ୍ଭକର୍ଣ୍ଣ ନିଦ୍ରାରେ ଘୁଙ୍ଗୁଡ଼ି ମାରୁଛି l ପଚାରେ କିଏ ସରକାରୀ ମାଲ ଦରିଆମେ ଡାଲ l ମାସ ପୁରିଲେ ଦରମା ହେଉଛି l ରାସ୍ତାର ଅବସ୍ଥା ନେଇ ସ୍ଥାନୀୟ ଜନତାଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଉଛି ଓ ବିଭାଗୀୟ ତଦାରଖ କରୁନଥିବା କି ରକ୍ଷଣା ବେକ୍ଷଣ କରୁନ ଥିବାରୁ ଜନ ଅସନ୍ତୋଷ ଦେଖା ଦେଇଛି l ଅନ୍ୟ ପଟେ ଉକ୍ତ ରାଜପଥ ବୌଦ୍ଧ ଠାରୁ ସୀମାନ୍ତ ଵାଣିଗୋଚ୍ଛା ପର୍ଯ୍ୟନ୍ତ ରାସ୍ତାରେ ଥିବା ଉଭୟ ପାର୍ଶ୍ଵର ଗଛ ସଫା ନକରିବା ଫଳରେ ଯାନବାହାନ ଦୁର୍ଘଟଣା ବୃଦ୍ଧି ପାଉଛି ଓ ରାସ୍ତାର ଉଭୟ ପାର୍ଶ୍ଵ ରେ ସୁରକ୍ଷା ଦୃଷ୍ଟିରୁ ଦିଆଯାଇଥିବା ଆଲୁମିନିୟମ ବାଡ଼ ବିଭିନ୍ନ ସ୍ଥାନରେ ଚୋରି ହେବା ସହିତ ତଳେ ପଡି ରହିଛି ବହୁ ପୋଲ ଉପରେ ଅନାବନା ଘାସ ମାଡି ରହିଛି l କିନ୍ତୁ ସମସ୍ତ ଘଟଣା ଦେଖି ବିଭାଗୀୟ ଅଧିକାରୀ ହାତ ବାନ୍ଧି ବସିଛି l ଏଣୁ ଜିଲ୍ଲା ପ୍ରଶାସନ ସମସ୍ତ ଘଟଣାକୁ ଦୃଷ୍ଟି ରେ ରଖି ବିଭାଗୀୟ ଅଧିକାରୀ ଙ୍କୁ ତାଗିତ କରିବା ସହିତ ପୁରୁଣାକଟକ ଠାରେ ହୋଇଥିବା ରାସ୍ତାର ଅବସ୍ଥା ସୁଧାରିବାକୁ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠି ଓ ପୁରୁଣା କଟକ ଗ୍ରାମପଞ୍ଚାୟତ ସରପଞ୍ଚ ଅଶୋକ ସେଠି ଦାବି କରିଛନ୍ତି l

hiranchal ad1
Leave A Reply

Your email address will not be published.

five − four =