ଜିଲ୍ଲାପାଳଙ୍କୁ ଭେଟିଲେ କୁଆଁରିଆ ବିସ୍ଥାପିତ

0 215

ଦଶପଲ୍ଲା : କୁଆଁରିଆ ବନ୍ଧରେ ଜଳ ମଗ୍ନ ହୋଇ ଥିବା ଚାଷୀ ଓ ଜନସାଧାରଣ ଅଳ୍ପଦିନତଳେ, ମାନ୍ୟବର ରାଜ୍ୟପାଳଙ୍କୁ ଭେଟି, କୁଆଁରିଆ ବନ୍ଧ ନିର୍ମାଣ ସମୟରେ କ୍ଷତି ହୋଇଥିବା ଜମିର ସହାୟତା ଉଦ୍ଦେଶ୍ୟରେ ଗୁହାରି ଜଣାଇ ଥିଲେ। ରାଜ୍ୟପାଳ ମହୋଦୟ ନୟାଗଡ଼ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ଚିଠି କରିଥିଲେ। ସେହି ଚିଠି ଅନୁସାରେ , ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କିଶୋର ଚନ୍ଦ୍ର ଦଳବେହେରାଙ୍କ ନେତୃତ୍ୱରେ ଆଜି ବିସ୍ଥାପିତଙ୍କ ଏକ ପ୍ରତିନିଦ୍ଧିଦଳ, ଜିଲ୍ଲାପାଳ ନୟାଗଡ଼ଙ୍କୁ ଭେଟିଥିଲେ। ଆଜି ନୟାଗଡ଼ ଜିଲ୍ଲାପାଳ ବିସ୍ଥାପିତ ଜନସାଧାରଣଙ୍କୁ ପ୍ରତିଶୃତି ଦେବା ସହିତ ଭୂଅର୍ଜନ ମଣ୍ଡଳ ଅଧିକାରୀଙ୍କୁ ଡାକି, କ୍ଷୟକ୍ଷତି ହୋଇଥିବା ଚାଷୀ ଓ ଜନସାଧାରଣଙ୍କ ତାଲିକା କରି ତାଙ୍କର ସମ୍ପୂର୍ଣ ଠିକଣା ଓ ମୋବାଇଲ ନମ୍ବର ଲେଖିବା ପାଇଁ କହି ତୁରନ୍ତ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଭୂ. ଅର୍ଜନ ମଣ୍ଡଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି, କ୍ରମାନ୍ୱୟରେ ସମସ୍ତ ହିତାଧିକାରୀ ଙ୍କ ନାମ ଠିକଣା ଓ ମୋବାଇଲ ନମ୍ବର ଲେଖି ଥିଲେ ଓ ତୁରନ୍ତ ଏହାର ସମାଧାନ କରାଯିବ ବୋଲି କହିଥିଲେ। ଏହି କ୍ଷତିଗ୍ରସ୍ଥ ମାନେ ହେଲେ, ନରାଜିପଡା, ଓଡ଼ସର, ରୟତ ଓଡ଼ଶର ଗ୍ରାମର ସୁକୁଦେବ ନାଏକ, ଗୌରାଙ୍ଗ ଦେହୁରୀ, ସୁଶାନ୍ତ ପ୍ରଧାନ, ତ୍ରିନାଥ ପରିଡା, ସତ୍ୟ ଭୋଇ, ବସନ୍ତ ଯାନୀ, ବିଳାସ ପ୍ରଧାନ, ସତ୍ୟ ଭାମା ପ୍ରଧାନ, ମାତା ଦଳ ବେହେରା, ମହେଶ୍ୱର କର୍ମୀ, ସୁମନ୍ତ ଦଳ ବେହେରା, ଶାନ୍ତି ଦଳବେହେରା, ବିଦ୍ୟାଧର ଦେହୁରୀ, ରୁକୁଣା ନାୟକ, କରୁଣା ଦଳବେହେରା, ମହାରିଗୀ ଖମାରି, ଫୁଲ ମହାରଣା, ତଅପୋଇ ନାଏକ, ପୋଇନ ଯାନୀ।

hiranchal ad1
Leave A Reply

Your email address will not be published.

4 × 2 =