ଦୁର୍ଘଟଣାରେ ଜଣେ ମୃତ, ୩ ଗୁରୁତର

0 511

ପାଟଣାଗଡ: ଗାଡି ଚକା ଫାଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏମିତି ଏକ ଘଟଣା ଘଟିଛି
ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ୍‌ ମୁଣ୍ଡୋଦର୍ହ ଗାଁ ନିକଟରେ । ସୂଚନାଯୋଗ୍ୟ ଯେ,ତେନ୍ତୁଲିମୁଣ୍ଡା ଜୟରାମ ମେହେର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକମାନେ ଗୋଟିଏ ଗାଡିରେ ଆସୁଥିବା ବେଳେ ଗାଡିର ଚକା ଫାଟି ଯାଇଥିଲା । ଫଳରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣରେ ଆହତ ହୋଇଥିବା ଶିକ୍ଷକମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ପାଟଣାଗଡ ଡାକ୍ତର ଖାନା ନେଇଥିଲେ । ଶିକ୍ଷୟତ୍ରୀ ପୂର୍ଣ୍ଣିମା ମିଶ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ମନୁ ମେହେର ଓ ବିଷ୍ଣୁ ମେହେର ଗୁରୁତର ହେବାରୁ ବଲାଙ୍ଗୀର ଜିଲ୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ବେଳେ ମମତା ଭୋଇ ପାଟଣାଗଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

hiranchal ad1
Leave A Reply

Your email address will not be published.

11 + 17 =