ଯବାନଙ୍କ କାର୍‌ ଧକ୍କାରେ ଯୁବକ ମୃତ

0 222

ଦେବଗଡ : ଯବାନଙ୍କ କାର୍‌ ଧକ୍କାରେ ଯୁବକ ମୃତ । ଦେବଗଡ ଜିଲ୍ଲା ବାରକୋଟ ଥାନା ବଲଣ୍ଡା ଛକ ନିକଟରେ ଗତକାଲି ବିଳମ୍ବିତ ସନ୍ଧ୍ୟା ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ବଲଣ୍ଡା ଗ୍ରାମର ସିପୁନ ପାତ୍ର ପ୍ରାଣ ହରାଇଛନ୍ତି । ଏହାକୁ ନେଇ ବାରକୋଟ ଥାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା । କ୍ଷତିପୂରଣ ଓ ଗିରଫ ଦାବିରେ ମୃତକଙ୍କ ପରିବାର ଏବଂ ସ୍ଥାନୀୟ ଲୋକ ଥାନା ଘେରାଉ କରିଛନ୍ତି । ଆଇଆରବି କନେଷ୍ଟବଳ ସୁଧିର ବିଲୁଙ୍ଗ ଏକ କାର ନେଇ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଛିଡା ହୋଇଥିବା ସିପୁନଙ୍କୁ ଧକ୍କା ଦେଇଥିଲେ । ଦୁର୍ଘଟଣା ପରେ ପ୍ରାୟ ଶହେ ମିଟର ପର୍ଯ୍ୟନ୍ତ ରାସ୍ତାରେ ଘୋଷାଡି ନେଇଥିବାରୁ ତାଙ୍କର ମୃତ୍ୟୁ ଘଟିଛି । ଗୁରୁତର ଅବସ୍ଥାରେ ସିପୁନଙ୍କୁୁ ଉଦ୍ଧାର କରି ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ସିପୁନ ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଆଇଆରବି କନେଷ୍ଟବଳଙ୍କ କାର ଧକ୍କାରେ ତାଙ୍କୁ ପ୍ରାୟ ଶହେ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲେ । ପରେ ସିପୁନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କନେଷ୍ଟବଳ ଜଣକ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଆଇଆରବି କନେଷ୍ଟବଳଙ୍କୁ ଗିରଫ କରିବାକୁ ମୃତକଙ୍କ ପରିବାର ଦାବି ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

1 × 4 =