ବୌଦ୍ଧରେ ପୁଣି ୩ କରୋନା ପଜିଟିଭ, ଦୁଇ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ଜଣେ ଘରୁ

0 2,544

ବୌଦ୍ଧ,୧୧/୭ – ବୌଦ୍ଧ ଜିଲ୍ଲାରେ ଆଜି ପୁଣି ୩ ଜଣଙ୍କ ଦେହରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଦୁଇ ଦିନ ତଳେ ହରଭଙ୍ଗା ବ୍ଲକ୍ ସାଂପୋଚ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୨ ଜଣ ବ୍ୟକ୍ତିଙ୍କ ପଜିଟିଭ ବାହାରିଥିବା ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ ଫେରି ନିଜ ଘରେ ହୋମ୍ କ୍ୱାରେଣ୍ଟାଇନରେ ଥିବା ବାଣୀଭୂଷଣପୁର ପଂଚାୟତ ଅଂଚଳର ଜଣେ କରୋନା ସଂକ୍ରମିତ ହୋଇଥିବା ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି । ସାଂପୋଚ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ବାହାରିଥିବା ୨ ଜଣ ବ୍ୟକ୍ତି ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀ ଅଟନ୍ତି । ଆଜିର ୩ ପଜିଟିଭଙ୍କୁ ମିଶାଇ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୫୩ ରେ ପହଞ୍ଚିଛି ।

hiranchal ad1
Leave A Reply

Your email address will not be published.

14 − 3 =