ଜଳସେଚନ ବିଭାଗ ନିରବ ରହିବାରୁ ଶ୍ରମଦାନ କରି କେନାଲ ସଫା କଲେ ଚାଷୀ

0 571

ବୌଦ୍ଧ୧୨/୭ – ପ୍ରତିବର୍ଷ ବୌଦ୍ଧ ଜଳସେଚନ ବିଭାଗ କୋଟି କୋଟି ଟଙ୍କା କେନାଲ ସଫେଇ ଓ ମରାମତି ନାମରେ ଖର୍ଚ୍ଚ କରୁଥିବା ବେଳେ ତାହା କୌଣସି କାମକୁ ଆସୁନଥିବା ସବୁ ବେଳେ ଅଭିଯୋଗ ହୋଇଆସୁଛି । ଆଜି ବୌଦ୍ଧ ଜଳ ସେଚନ ଡିଭିଜନ ଅନ୍ତର୍ଗତ ସାଲୁଙ୍କୀ ଜଳ ସେଚନ ବିଭାଗ କମଳପୁର ସେକସନର ପଲସପାଟ ଗ୍ରାମର ଚାଷୀମାନେ ଜଳସେଚନ ବିଭାଗର ଅଧିକାରୀମାନଙ୍କ ମନମାନି ଯୋଗୁଁ ନିଜେ କୋଡି ଧରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କମଳପୁର୍ ସେକସନ ଅଧିନରେ ସାଲୁଙ୍କୀର ପଲସପାଟ ଶାଖା କେନାଲ ରହିଛି । ଦୀର୍ଘ ୧୫ ବର୍ଷ ହେଲା ଏ କେନାଲ ବିଭାଗ ତରଫରୁ ସଫା ହେଉନାହିଁ । କେନାଲ ମଧ୍ୟରେ ମାଟି ବାଲି ଓ ଗଛ ଉଠି ଜଳ ପ୍ରବାହକୁ ରୋକି ଦେଇଥାଏ । ସେଥିପାଇଁ କେନାଲରେ ଆବଶ୍ୟକ ଜଳ ପ୍ରବାହିତ ନ ହେଉଥିବାରୁ ଚାଷୀ ନିଜ ଖେତକୁ ପାଣି ପାଇ ପାରେ ନାହିଁ । ଏ ସମସ୍ୟାକୁ ନେଇ ଚାଷୀକୁଳ ଚିନ୍ତିତ ରହୁଥିଲେ ମଧ୍ୟ ଜଳସେଚନ ବିଭାଗ ଅଧିକାରୀମାନେ ବେଫିକର୍ ରହନ୍ତି । ଏ ସମସ୍ୟାକୁ ନେଇ ଗତକାଲି ପଲସପାଟ ଗ୍ରାମର ଚାଷୀମାନେ ଗ୍ରାମର ଶାନ୍ତି କମିଟି ମାଧ୍ୟମରେ ଗ୍ରାମରେ ସଭା କରିଥିଲେ । ଜଳସେଚନ ବିଭାଗ କେନାଲରୁ ବାଲି ମାଟି ଉଦ୍ଧାର ପାଇଁ ନିଜେ ଶ୍ରମଦାନ କରିବାକୁ ନିଷ୍ପତି ନେଇଥିଲେ । ଆଜି ସକାଳ ସମୟରୁ ପ୍ରତି ଘରୁ ଜଣେ ଲେଖାଏଁ ଚାଷୀ ବାହାରି ହାତରେ କୋଡିଧରି ଲାଗିପଡିଛନ୍ତି କେନାଲ ଉଦ୍ଧାର କାମରେ । ଶତାଧିକ ଚାଷୀ ଏକାଠି ହୋଇ ପ୍ରାୟ ୨ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ପଲସପାଟ ଶାଖା କେନାଲର ମାଟି ଉଠାଇବା କାମ ଆରମ୍ଭ କରିଛନ୍ତି । ସରକାରୀ ସହାୟତାକୁ ଆଶା ନକରି ନିଜେ ନିଜର ଗାଆଁ କେନାଲକୁ ସଜାଡିବା ପାଇଁ ପଲସପାଟ ଗ୍ରାମର ଚାଷୀମାନେ ଯେଉଁ ଏକତାର ବଳ ଆଜି ଦେଖାଇଛନ୍ତି ତାହାକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ସେହିପରି ଜଳ ସେଚନ ବିଭାଗର ଉଦାସୀନତାକୁ ଚାଷୀ ମହଲରେ ନାପସନ୍ଦ କରାଯାଉଛି ।

hiranchal ad1
Leave A Reply

Your email address will not be published.

3 × four =