ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ, ଜଣେ ଗୁରୁତର

0 65

ବାଲିଗୁଡ଼ା : ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ମୋଟରସାଇକେଲ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଆହତ ଯୁବକର ଜଣକ କୋଟଗଡ଼ ଥାନା ଅନ୍ତର୍ଗତ ମାର୍ଲାଙ୍ଗା ପଞ୍ଚାୟତର ବାଡେସ୍ ଗ୍ରାମର ରୋହନ ବେହେରାମାଝୀ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଗତକାଲି ରୋହନ୍ କୌଣସି କାମରେ ବାଲିଗୁଡ଼ା ଆସିଥିଲେ କାମ ସାରି ରାତିରେ ଗାଁକୁ ଫେରିବା ବେଳେ କୁର୍ତ୍ତମଗଡ଼ ନିକଟରେ ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ରୋହନ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଆଜି ଡାକ୍ତର ତାଙ୍କୁ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

thirteen − 4 =