ବିଭୁତିଭୂଷଣ ଆଚାର୍ଯ୍ୟଙ୍କୁ ଯୁବ ରେଡକ୍ରସ୍‌ ପୁରସ୍କାର

0 19

ବାଲିଗୁଡ଼ା: ବାଲିଗୁଡ଼ା କନ୍ଧମାଳ ଜିଲ୍ଲା ଯୁବ ରେଡକ୍ରସ୍‌ ସଂଯୋଜକ ତଥା ଆଦିବାସୀ ମହାବିଦ୍ୟାଳୟର କାଉନସେଲର ଡ଼. ବିଭୂତିଭୂଷଣ ଆଚାର୍ଯ୍ୟଙ୍କୁ ୨୦୨୨-୨୩ ସମ୍ୱତ୍ସରର ଶ୍ରେଷ୍ଠ କାଉନସେଲର ଭାବେ ପୁରସ୍କୃତ ହେବାକୁ ଯୋଗ୍ୟ ବିବେଚିତ ସୋଇଛନ୍ତି ।୨୦୧୩ ମସିହାରୁ ଡ଼ ବିଭୂତିଭୂଷଣ କାଉନସେଲର ରହି ରେଡ୍‌ ରିବନ ଓ ଯୁବ ରେଡକ୍ରସ୍‌ ବ୍ୟାନରରେ ବିବିଧ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଆସୁଛନ୍ତି । ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ସଫେଇ ବୃକ୍ଷରୋପଣ ନିଶା ନିବାରଣ ଅନ୍ଧ ବିଶ୍ୱାସ ଦୂରୀକରଣ ଜଳଛତ୍ର ଆୟୋଜନ ଦୁର୍ଗତଙ୍କୁ ଚିକିତ୍ସା ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ନିଜକୁ ସର୍ବଦା ସାମିଲ କରି ଆସୁଛନ୍ତି । ଜନ ସଚେତନତାମୂଳକ କାର୍ଯ୍ୟକ୍ରମରେ ଗାଁ ଗାଁ ସ୍ୱେଚ୍ଛାସେବୀଙ୍କୁ ଧରି ବୁଲିଥାନ୍ତି ।

hiranchal ad1
Leave A Reply

Your email address will not be published.

7 − five =