ସୁଭଦ୍ରା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ, ଟଳିଲା ଓଟିପି ସମସ୍ୟା ଓ ସହଜ ହେଲା ଆବେଦନ

0 235

ଦଶପଲ୍ଲା : ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଘୋଳାହାଣ୍ଡି ପଞ୍ଚାୟତ କାର୍ଯ୍ୟାଳୟଠାରେ ଆଜି ସୁଭଦ୍ରା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ବିଡିଓ ତଥା ଏବିଡିଏ ସାରଦା ପ୍ରସନ୍ନ ମହାନ୍ତି, ମହିଳା ଓ ଶିଶୁ ବିକାଶ ଅଧିକାରୀ ସଞ୍ଜୁକ୍ତ ସାମଲ, ବିପିସି (ମିସନଶକ୍ତି) ପ୍ରଭାକର ଦାସ, ସୁପରଭାଇଜର ରେଖାଞ୍ଜଳି କହଁର, ସରପଞ୍ଚ, କାର୍ଯ୍ୟନିର୍ବାହୀ ଅଧିକାରୀ, ଏମ୍‌ବିକେ, ଅଙ୍ଗନବାଡ଼ି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ । ବିଶେଷକରି ଏହି ଯୋଜନାରେ ଯେଭଳି ତୃଣମୂଳ ସ୍ତରର ସମସ୍ତ ଯୋଗ୍ୟ ହିତାଧିକାରୀ ସାମିଲ୍‌ ହୋଇପାରିବେ ସେନେଇ ଲୋକଙ୍କୁ ଅବଗତ କରାଯାଇଥିଲା । ଘୋଳାହାଣ୍ଡି ପଞ୍ଚାୟତରୁ ଏହି ରଥର ଶୁଭାରମ୍ଭ ହୋଇଥିବା ବେଳେ ଏହା ୨୦ଟି ପଞ୍ଚାୟତ ବୁଲି ଲୋକଙ୍କୁ ସଚେତନ କରିବ ।
ଅନ୍ୟ ପକ୍ଷରେ, ରାଜ୍ୟରେ “ସୁଭଦ୍ରା’ ଯୋଜନା ପାଇଁ ବର୍ତ୍ତମାନ କ୍ରେଜ୍‌ ଜାରି ରହିଛି । ଏହାରି ମଧ୍ୟରେ “ସୁଭଦ୍ରା’ ଯୋଜନାକୁ ନେଇ ବଡ଼ ଅପଡେଟ ଆସିଛି । ଏଣିକି ଆଉ ଦରକାର ପଡ଼ିବନି ଓଟିପି । ଆଧାର ସହିତ ମୋବାଇ ନମ୍ବର ଲିଙ୍କ ନ ଥିଲେ “ସୁଭଦ୍ରା’ ଯୋଜନାରେ ଆବେଦନ କରିପାରିବେ । ଏଥିପାଇଁ ଓଟିପିର ଆଉ ଆବଶ୍ୟକତା ନାହିଁ ବୋଲି ଜଣାପଡ଼ିଛି । ଏହି ଖବର ଜଣାପଡ଼ିବାପରେ ଯୋଗ୍ୟ ହିତାଧିକାରୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । କହିବାକୁ ଗଲେ ‘ସୁଭଦ୍ରା’ ଯୋଜନାକୁ ସମ୍ପୂର୍ଣ୍ଣ ରୂପରେ ଓଟିପି ମୁକ୍ତି କରାଯାଇଛି ‘ସୁଭଦ୍ରା’ ଯୋଜନା ଆବେଦନକାରୀ ମାନେ ମୋବାଇଲ ନମ୍ବର ଲିଙ୍କ୍‌ ଓ ଆଧାର ଅପଡେଟ ପାଇଁ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ପ୍ରବଳ ଗହଳି ଲଗାଉଥିଲେ । ଏହି ଯୋଜନାରେ ଆବେଦନ କରିବା ପାଇଁ ରାତି ଅନିଦ୍ରା ହୋଇ ଆଧାର କେନ୍ଦ୍ର ଆଗରେ ଭିଡ଼ ଲଗାଇବାର ଚିତ୍ର ରାଜ୍ୟର ଅନେକ ସ୍ଥାନରେ ଦେଖିବାକୁ ମିଳିଥିଲା । ଏହି ସୁଯୋଗରେ ଦଲାଲ ମଧ୍ୟ ସକ୍ରିୟ ହୋଇ ଉଠିଥିଲେ । ବର୍ତ୍ତମାନ ଆଧାର ଓଟିପି ନ ଦେଇ ମଧ୍ୟ ଫର୍ମ ସବମିଟ କରି ପାରିବେ । ସୂଚନା ଅନୁଯାୟୀ, ୪ ସେପ୍ଟେମ୍ବର ସନ୍ଧ୍ୟାରୁ ସୁଭଦ୍ରା ଯୋଜନା ଫର୍ମ ଦାଖଲ ଆରମ୍ଭ ହୋଇଛି । ସୁଭଦ୍ରା ଯୋଜନା ଫର୍ମ ପୂରଣ ପରେ ଫର୍ମ ସହିତ ଅବେଦନକାରୀଙ୍କୁ କେବଳ ଆଧାର କାର୍ଡର ନକଲ ଦାଖଲ କରିବାକୁ ହେବ । ପୂର୍ବରୁ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ଯେ, ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ଶେଷ ତାରିଖ ଘୋଷଣା କରାଯାଇ ନାହିଁ । ୧୭ ତାରିଖ ପରେ ମଧ୍ୟ ଆବେଦନ କରିବେ । ସେମାନେ ମଧ୍ୟ ସୁଭଦ୍ରା ଯୋଜନାରେ ସମାନ ଅନୁଦାନ ପାଇପାରିବେ ।

hiranchal ad1
Leave A Reply

Your email address will not be published.

19 + six =