ହୀରାଞ୍ଚଳ ପ୍ରଭାବ;ଛେଳିଖାଇ ଗ୍ରାମରେ ଲାଗିଲା ଟ୍ରାନ୍ସଫରମର

0 66

ହରଭଙ୍ଗା:- ହରଭଙ୍ଗା ବ୍ଲକ ଅନ୍ତର୍ଗତ ସଙ୍କୁଲୋଇ ଗ୍ରାମ ପଞ୍ଚାୟତର ଛେଳିଖାଇ ଗ୍ରାମରେ ୧୦ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଗାଁକୁ ସମ୍ପୂର୍ଣ୍ଣ ଭାବରେ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ଏନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଗ୍ରାମବାସୀ ଜଣେଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିବବେଳେ ତୀବ୍ର ଜନ ଅସନ୍ତୋଷ ଦେଖାଦେଇଥିଲା । ଏହାକୁ ନେଇ ଦୈନିକ ଖବରକାଗଜ “ହୀରାଞ୍ଚଳ’ରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ନେଇ ଉଚ୍ଚସ୍ତରୀୟ ବିଭାଗକୁ ଟୁଇଟ ମଧ୍ୟ କରାଯାଇଥିଲା । ଟୁଇଟ ପରେ ବିଭାଗୀୟ ଅଧିକାରୀ ତତ୍ପରତା ହୋଇ ଗୁରୁବାର ଦିନ ନୂତନ ଟ୍ରାନ୍ସଫରମର ଗ୍ରାମରେ ଲଗାଇଥିବା ଜଣାପଡିଛି । ଗ୍ରାମରେ ପୁନଃ ବିଦ୍ୟୁତ ଉପଭୋକ୍ତା ମାନେ ବିଜୁଳି ସେବା ପାଇଥିବାରୁ ଗ୍ରାମବାସୀ ହୀରାଞ୍ଚଳ ଖବରକାଗଜ ଓ ବିଭାଗୀୟଙ୍କୁ କୃତଜ୍ଞତା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

three × 5 =