ଆସନ୍ତାକାଲି ମେଗା ସ୍ୱାସ୍ଥ୍ୟ ଶିବିର, ଏହାର ସୁଯୋଗ ନେବାକୁ ସାଧାରଣ ଲୋକଙ୍କୁ ଧର୍ମଶାଳା ବିଧାୟକ କଲେ ନିବେଦନ

0 89

ଯାଜପୁର/ଧର୍ମଶାଳା: ପୁଣି ଥରେ ସାଧାରଣ ଧର୍ମଶାଳାବାସୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଅଣ୍ଟା ଭିଡିଛନ୍ତି ଧର୍ମଶାଳ ନବନିର୍ବାଚିତ ବିଧାୟକ ହିମାଂଶୁ ଶେଖର ସାହୁ(ଲିକୁ ) । ଆସନ୍ତାକାଲି ଧର୍ମଶାଳା ମହୋତ୍ସବ ପଡିଆ ଠାରେ ଆୟୋଜନ କରିବେ ଏକ ବିଶାଳ ମେଗା ସ୍ୱାସ୍ଥ୍ୟ ମେଳା । ଏହି ଶିବିରରେ ବିଭିନ୍ନ ବିଭାଗ ଯଥା ସ୍ତ୍ରୀ ରୋଗ,ଶିଶୁ ରୋଗ, ଡାଇବେଟିସ,ଅସ୍ଥି ଶଲ୍ୟ,ମେଡିସିନ,ବିଭାଗ ର ଡାକ୍ତର ମାନେ ଯୋଗ ଦେଇ ମାଗଣା ନିଶୁଳ୍କ ସେବା ଯୋଗାଇ ଦେବେ ଏବଂ ଡାକ୍ତର ମାନେ ଲେଖୁଥିବା ସମସ୍ତ ଔଷଧ ମାଗଣାରେ ଯୋଗାଇ ଦେବେ ବୋଲି ଗତକାଲି ପ୍ରେସ ବାର୍ତ୍ତା ମାଧ୍ୟମରେ ପ୍ରକାଶ କରିଛନ୍ତି ଧର୍ମଶାଳା ବିଧାୟକ ଲିକୁ ସାହୁ । ସକାଳ ୮ଘଟିକା ସମୟରେ ଏହି ଶିବିର ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ଦେଇଛନ୍ତି ଧର୍ମଶାଳା ବିଧାୟକ । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼. ମୁକେଶ ମହାଲିଂଗ । ଏହି ଶିବିର ରେ ଅତିଥି ରୂପେ ଯୋଗ ଦେବେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଯାଜପୁର ସାଂସଦ ରବି ନାରାୟଣ ବେହେରା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ବଡଚଣା ବିଧାୟକ ଅମର ନାଏକ ଓ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ । ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପଞ୍ଚାୟତରୁ ଅସହାୟ ଲୋକଙ୍କୁ ଆଣିବାକୁ ମୋ ବସ, ଲକ୍ଷ୍ମୀ ବସ ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟରୁ ଆଣି ଜାରକା ମହୋତ୍ସବ ପଡିଆରେ ପହଞ୍ଚାଇବ ବୋଲି ପ୍ରକାଶ କରିଛନ୍ତି ଲିକୁ । ଏଣୁ ସାଧାରଣ ଲୋକ ଏହାର ସୁଯୋଗ ନେବା ପାଇଁ ପ୍ରେସ ବାର୍ତ୍ତା ମାଧ୍ୟମରେ ସୂଚନା ଦିଆଯାଇଛି ।

hiring

hiranchal ad1
Leave A Reply

Your email address will not be published.

eight − one =