ତେଲେଙ୍ଗାନାରେ ବଜ୍ରାଘାତରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

0 15

ନୂଆପଡ଼ା ୨୮/୦୯(ହୀ.ପ୍ର) ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳ ରୁ ପ୍ରତିବର୍ଷ ଶହ ଶହ ଦାଦନ ଶ୍ରମିକ କାମ ଅନ୍ୱେଷଣ ରେ ବାହାର ରାଜ୍ୟ କୁ ଯାଇଥାନ୍ତି । ହେଲେ ସେଠାରେ କାମ କରି ଦୁଇ ପଇସା ରୋଜଗାର କରିବା ସହ ପରିବାର ପ୍ରତିପୋଷଣ ବଦଳରେ ଅନେକ ଶବ ହୋଇ ଘରକୁ ଫେରୁଛନ୍ତି । ତଥାପି ବାହାର ରାଜ୍ୟ କୁ ଦାଦନ ଚାଲାଣ ହେବା ବନ୍ଦ ହେଉନାହିଁ । ଏହି ଅଞ୍ଚଳ ରେ ବାରମ୍ବାର ଏହିଭଳି ଘଟଣା ସାମ୍ନା କୁ ଆସୁଛି । ସ୍ଥାନୀୟ ପ୍ରଶାସନ ର ଅଙ୍କୁଶ ନ ଥିବାରୁ ଅବାଧ ରେ ଦାଦନ ଚାଲାଣ ହେଉଛି । ଏବଂ ଅନେକ ଶ୍ରମିକ ମାନଙ୍କ ଜୀବନ ହାନି ଘଟୁଛି । ଏଭଳି ଏକ ଘଟଣା ଘଟିଛି ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଗୋଡାଲ ଗ୍ରାମରେ ।

hiring

ଗ୍ରାମର ଜଣେ ଦାଦନ ଶ୍ରମିକ ତେଲେଙ୍ଗାନରେ ବଜ୍ରାଘାତ ରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ମୃତ ଶ୍ରମିକ ଜଣକ ଗୋଡାଲ ଗ୍ରାମର ଯତି ପଟେଲ (୩୬) ବୋଲି ଜଣାପଡ଼ିଛି। ପ୍ରାପ୍ତ ଖବର ଅନୁସାରେ ଗତ ବର୍ଷ ନଭେମ୍ବର ମାସ ରେ ଯତି ପଟେଲ,ସ୍ତ୍ରୀ ସଂଯୁକ୍ତା(୩୪) ଓ ଝିଅ ପୁଷ୍ପିତା (୧୧) ଏବଂ ପୁଅ କପିଳ(୭) ସପରିବାର ଦାଦନ ଖଟିବାକୁ ତେଲେଙ୍ଗାନା ରାଜ୍ୟକୁ ଯାଇଥିଲେ । ସେଠାରେ ଅନାରାମ ସହରରେ ଏକ ଇଟା ଭାଟିରେ ସମସ୍ତେ କାମ କରୁଥିଲେ । ଇଟାଭାଟିରେ କାମ ସରିବା ପରେ ଅଶୋକ କୁମାରୀ ନାମକ ଜଣେ ମାଲିକଙ୍କ ଏକ ଗୋଫାର୍ମ ରେ ପରିବାର ରହି ମାସିକ ପନ୍ଦର ହଜାର ପାରିଶ୍ରମିକରେ କାମ କରୁଥିଲେ । ସ୍ୱାମୀ ଯତି ପଟେଲ ଗାଈ ମଇଁଷି କୁ ବାହାରକୁ ଚରାଇବାକୁ ନେଉଥିବା ବେଳେ ସ୍ତ୍ରୀ ଗୋଫାର୍ମରେ ରହି ଗାଈ ମଇଁଷିଙ୍କୁ ଖାଦ୍ୟପେୟ ଯୋଗାଉଥିଲେ । ଯତି ପଟେଲ ଗାଈ ମଇଁଷି କୁ ବିଲ କୁ ଚରାଇବା ପାଇଁ ନେଇଥିବା ବେଳେ ହଠାତ ଘଡଘଡି ସହ ବର୍ଷା ହୋଇଥିଲା । ବର୍ଷାରୁ ରକ୍ଷା ପାଇବା ପାଇଁ ସେ ଏକ ଗଛ ତଳେ ଆଶ୍ରୟ ନେଇଥିଲେ। ଠିକ ସେତିକି ବେଳେ ବଜ୍ରାଘାତ ଘଟି ତାଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଜଣାପଡିଛି ।

ଏନେଇ ସଙ୍ଗାରେଡି ଜିଲା ଗୁମାରାଲା ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡିଛି । ପରିବାର ଲୋକେ ପହଞ୍ଚିବାପରେ ସେଠାରେ ଶବ ବ୍ୟବଚ୍ଛେଦ କରି ଶବ ସତ୍କାର କରାଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଓ ଦୁଇ ନାବାଳକ ପୁଅଝିଅ ଅସହାୟ ହୋଇ ଗାଁ କୁ ଫେରିଛନ୍ତି । ପ୍ରକାଶଯୋଗ୍ୟ ଯେ, ଜତି ପଟେଲ ର ପରିବାର ଏକ ଗରୀବ ଶ୍ରେଣୀର ପରିବାର ହୋଇଥିବାବେଲେ ଦାରିଦ୍ର୍ୟ ସୀମାରେଖା ତଳେ ରହି ଜୀବନ ନିର୍ବାହ କରୁଥିଲେ । ସମ୍ପତି କହିଲେ କେବଳ ଘର ଡିହ ଦୁଇ ଡ଼ିସିମିଲ ମାତ୍ର । କୁଲି ମଜୁରୀ କରି ଦୁଇ ପଇସା ଯାହା ରୋଜଗାର କରୁଥିଲେ ସେଥିରେ ପରିବାର ପ୍ରତିପୋଷଣ କରି ଦୁଃଖ କଷ୍ଟରେ ଚଳୁଥିଲେ । ହେଲେ ବର୍ତ୍ତମାନ ପରିବାର ଭାଙ୍ଗି ପଡିଥିବା ଵେଲେ ସ୍ବାମୀ ଙ୍କ ମୃତ୍ୟୁ ଚିନ୍ତାରେ ଘାରି ହେଉଛନ୍ତି ପରିବାର । ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

twenty + ten =