ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

0 233

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଡାଙ୍ଗନାମୁ ନିକଟ ଘାଟି ରାସ୍ତାରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ଓ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଡାଙ୍ଗାଣାମୁ ଗାଁ ନିକଟରେ ଥିବା ଘାଟି ରାସ୍ତା ପାର୍ଶ୍ୱରେ ଥିବା ଜଙ୍ଗଲରୁ ଜଣେ ଯୁବକଙ୍କ ମୃତ ଦେହକୁ ପୋଲିସ ଉଦ୍ଧାର କରିଛନ୍ତି । ମୃତ ଯୁବକ ଜଣକ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବେହେରାପଡ଼ା ଗାଁର ଜ୍ୟୋଷ୍ଠ ବଣ୍ଡକି ବୋଲି ଜଣାପଡିଛି । ତେବେ ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ମୃତ ଯୁବକ ଏବଂ କଣ୍ଟାମାଳ ଥାନା ମାରଡୁଲ ଗ୍ରାମର ଦାସିରି ଦିଗାଲ ନାମକ ଅନ୍ୟଜଣେ ଯୁବକଙ୍କ ସହ ମିଶି ଗୋଛାପଡା ଅଧୀନରେ ଥିବା ତେତିଲିପଡ଼ା ଗାଁକୁ କୌଣସି କାମରେ ଆସି ଅପରାହ୍ନ ବାରଟା ସମୟରେ ନିଜ ଗାଁକୁ ଫେରୁଥିବା ବେଳେ ଡାଙ୍ଗନାମୁ ଘାଟି ନିକଟରେ ଏକ ଧଳାରଙ୍ଗର ବୋଲେରୋରେ ଚାରି ଜଣ ବ୍ୟକ୍ତି ସେମାନଙ୍କୁ ଅଟକାଇ ଆକ୍ରମଣ କରିଥିଲେ । ଆକ୍ରମଣକାରୀଙ୍କ କବଳରୁ ଦାସିରି ଡିଗାଲ କୌଶଳ କ୍ରମେ ଖସିଯାଇଥିବା ବେଳେ ମୃତ ବ୍ୟକ୍ତିଙ୍କୁ ଆକ୍ରମଣକାରୀମାନେ ସାଙ୍ଗରେ ନେଇଯାଇଥିବା ପରିବାର ଲୋକେ ସନ୍ଦେହ କରୁଥିଲେ । ଅନ୍ୟପଟେ ଆକ୍ରମଣ କାରୀମାନେ ପୋଲିସ କର୍ମଚାରୀ ବୋଲି ପରିବାର ଲୋକେ ସନ୍ଦେହ କରୁଥିବା ବେଳେ ଓ ଅନ୍ୟପଟେ ମୃତ ଯୁବକଙ୍କୁ ପରିବାର ଲୋକେ ବହୁତ ଖୋଜାଖୋଜି ମଧ୍ୟ କରୁଥିବା ସମୟରେ ଡାଙ୍ଗନାମୁ ନିକଟରେ ଯୁବକଙ୍କ ମୃତଦେହ ପଡ଼ିଥିବା ଖବର ପାଇଥିଲେ । ଅନ୍ୟପଟେ ଯୁବକଙ୍କ ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନଥିବ ବେଳେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଆଜି ଏ ନେଇ ପରିବାର ଓ ଉତ୍ତ୍ୟକ୍ତ ଲୋକେ ଗୋଛାପଡ଼ା ଥାନା ଘେରାଉ କରିଥିବା ବେଳେ ଫୁଲବାଣୀ ଏସ୍‌ଡିପି ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

hiranchal ad1
Leave A Reply

Your email address will not be published.

17 − twelve =