ଶ୍ରୀମନ୍ଦିରକୁ ପ୍ରଦାନ କରାଯିବ ଅର୍ପଣ ଚାଉଳ ଅର୍ଥ

0 80

ପୁରୀ : ଗଛିତ ଥିବା ଅର୍ପଣ ଚାଉଳର ମାନ ପରୀକ୍ଷା କରାଯାଇଛି । ଏହା ଯଦିଓ ମଣିଷ ଖାଦ୍ୟ ଉପଯୋଗୀ ବୋଲି ଯାଞ୍ଚ କାରୀଙ୍କ ସୂତ୍ରରୁ ସୂଚନା ମିଳିଛି । ତେଣୁ ନିଷ୍ପତ୍ତି ଅନୁସାରେ ଏହି ଚାଉଳକୁ ନିଲାମ କରାଯାଇ ତାହାର ବିକ୍ରି ଲବ୍ଧ ଅର୍ଥକୁ ମନ୍ଦିର କୁ ଦାନ କରାଯିବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି । ଏହି ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ ହେବ । କାରଣ ଅଧିକ ଦିନ ରହିଲେ ଚାଉଳ ର ମାନରେ ପ୍ରଭାବ ପଡିବ । ତେଣୁ ଆବଶ୍ୟକୀୟ ପ୍ରକ୍ରିୟା ପାଇଁ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

twenty − twelve =