ମହାପ୍ରଭୁଙ୍କୁ ଦର୍ଶନ କଲେ ପୁରୀର ନୂତନ ଏସପି

0 109

ପୁରୀ: କାର୍ଯ୍ୟରେ ଯୋଗଦେବା ପୂର୍ବରୁ ବୁଧବାର ସନ୍ଧ୍ୟାରେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ପୁରୀର ନୂତନ ଏସପି ବିନିତ୍ ଅଗ୍ରୱାଲ । ସନ୍ଧ୍ୟାରେ ସିଂହ ଦ୍ୱାରରେ ପହଞ୍ଚିବା ପରେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ମାନେ ତାଙ୍କୁ ଶ୍ରୀମନ୍ଦିରକୁ ପାଛୋଟି ନେଇଥିଲେ । ରତ୍ନ ସିଂହାସନରେ ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପରେ ସେବେଢ଼ା ପରିକ୍ରମା କରିଥିଲେ । ଦର୍ଶନରୁ ଫେରିବା ପରେ ଶ୍ରୀ ଆଗ୍ରୱାଲଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖଣ୍ଡୁଆ ପାଟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଗୁରୁବାର ଶ୍ରୀ ଅଗ୍ରୱାଲ ପୁରୀ ଜିଲ୍ଲାର ନୂତନ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡିଛି ।

hiranchal ad1
Leave A Reply

Your email address will not be published.

17 − 13 =