ଭାଲୁ ଆକ୍ରମଣରେ ବୃଦ୍ଧ ଆହତ

0 67

ନନ୍ଦାହାଣ୍ଡି : ନନ୍ଦାହାଣ୍ଡି ବ୍ଳକ ଧଣ୍ଡରା ପଞ୍ଚାୟତ ଅନ୍ତର୍ଗତ ତୁରୁଞ୍ଜି ଗ୍ରାମର ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଆହତ ହୋଇଛନ୍ତି । ଆହତ ଜଣକ ହେଲେ ତୁରୁଞ୍ଜି ଗ୍ରାମର ରାଜ ଗୌଡ଼ ବୟସ ୫୪ ବର୍ଷ । ବୁଧବାର ଅପରାହ୍ନ ପ୍ରାୟ ୪ ଘଣ୍ଟା ସମୟରେ ଗାଁ ମୁଣ୍ଡର ବନ୍ଧ ପଟେ ଶୌଚ କରିବା ପାଇଁ ଯାଇଥିବା ସମୟରେ ଭାଲୁ ହଠାତ୍ ପଛପଟୁ ଆସି ଆକ୍ରମଣ କରିଥିଲା । ଆକ୍ରମଣ ପରେ ବହୁତ୍ ଚିତ୍କାର କରିବାରୁ ଭାଲୁ ଛାଡ଼ି ଚାଲି ଯାଇଥିଲା । ପିଠିରେ ଓ ମୁଣ୍ଡରେ ଗଭୀର ଆକ୍ରମଣ ହୋଇଥିବା ଜଣାପଡିଛି । ରକ୍ତାକ୍ତ ଅବସ୍ଥାରେ ଘରକୁ ଆସିବା ପରେ ମେଡିକାଲ ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଆହତ ରାଜ ଗୌଡ଼ଙ୍କ ସ୍ତ୍ରୀ କିଛି ବର୍ଷ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ରାଜ ଦିନ ମଜୁରିଆ ଭାବେ କାମ କରି ପେଟ ପୋଷୁଛନ୍ତି ।

hiranchal ad1
Leave A Reply

Your email address will not be published.

9 + nineteen =