ବ୍ୟାଟ୍ସମ୍ୟାନଙ୍କ ପରେ ଭାରତୀୟ ବୋଲର ବିଫଳ, ବେଙ୍ଗାଲୁରୁ ଟେଷ୍ଟରେ ନ୍ୟୁଜିଲାଣ୍ଡ ଆଗରେ

0 59

ବେଙ୍ଗାଲୁରୁ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛି ଭାରତ। ପ୍ରଥମ ଦିନ ବର୍ଷାରେ ଧୋଇ ଯାଇଥିବା ବେଳେ ଦ୍ୱିତୀୟ ଦିନରେ ଦଳ ମାତ୍ର ୪୬ ରନ୍‌ରେ ଅଲଆଉଟ ହୋଇଛି। ଭାରତୀୟ ପରିବେଶ ତଥା ଏସିଆ ମହାଦେଶରେ ଭାରତ ନିଜର ସର୍ବନିମ୍ନ ଟେଷ୍ଟ ସ୍କୋର ରେକର୍ଡ କରିଛି। ଘରୋଇ ମାଟିରେ ଭାରତ ୨୯୩ ଟେଷ୍ଟ ଖେଳି ସାରିଥିବା ବେଳେ ଦଳ ପ୍ରଥମ ଥର ପାଇଁ ଏଭଳି ଅଲୋଡା ରେକର୍ଡ ନିଜ ନାମରେ କରିଛି। ପୂର୍ବରୁ ୧୯୭୫ ମସିହାରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିଲ୍ଲୀ ଟେଷ୍ଟରେ ଭାରତ ମାତ୍ର ୭୫ ରନ୍‌ରେ ଅଲଆଉଟ ହୋଇଥିଲା। ସେହିପରି ଭାରତୀୟ ବ୍ୟାଟରମାନେ ଆଉ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛନ୍ତି। ଦୀର୍ଘ ୨୫ ବର୍ଷ ପରେ ପ୍ରଥମ ଥର ୫ ଜଣ ବ୍ୟାଟର ଖାତା ଖୋଲିବାରେ ଅସମର୍ଥ ହୋଇଛନ୍ତି। ଶେଷ ଥର ପାଇଁ ୧୯୯୯ ମୋହାଲି ଟେଷ୍ଟରେ ୫ ଜଣ ଖେଳାଳି ୦ରେ ଆଉଟ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଭାରତ ଏହାର ସର୍ବନିମ୍ନ ଟେଷ୍ଟ ସ୍କୋର ୩୬ ରନ୍‌ ୨୦୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ରେକର୍ଡ କରିଥିଲା। ଦ୍ୱିତୀୟ ଦିନର ଖେଳ ଶେଷ ହୋଇଥିବା ବେଳେ ହାତରେ ୭ ଉଇକେଟ ବାକି ଥାଇ ନ୍ୟୁଜିଲାଣ୍ଡ ୧୩୪ ରନ୍‌ରେ ଆଗୁଆ ରହିଛି।
ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ ଆଶ୍ଚର୍ଯ୍ୟଜନକ ଭାବରେ ଟସ୍‌ ଜିତି ବ୍ୟାଟିଂ ନେଇଥିଲା। ପ୍ରଥମ ଦିନରେ ବର୍ଷା କାରଣରୁ ଟସ୍‌ ସମ୍ଭବ ହୋଇ ନ ଥିବା ବେଳେ ଦ୍ୱିତୀୟ ଦିନର ମେଘୁଆ ପାଗରେ ଭାରତ ବ୍ୟାଟିଂ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ତେବେ ମେଘୁଆ ପାଗର ଭରପୂର ଫାଇଦା ଉଠାଇଥିଲେ କିଓ୍ବି ପେସ ବୋଲର। ମ୍ୟାଟ୍‌ ହେନରୀ, ଓ୍ବିଲିୟମ ଓରୁରକେ ଓ ଟିମ୍‌ ସାଉଦି ମିଳିତ ଭାବରେ ମାତ୍ର ୩୧.୨ ଓଭରରେ ଭାରତର ୧୦ ଉଇକେଟ ହାସଲ କରିଥିଲେ। ମ୍ୟାଟ୍‌ ହେନରୀ ଘାତକ ବୋଲିଂ କରି ୫, ଓରୁର୍‌କେ ୪ ଓ ସାଉଦି ୧ ଉଇକେଟ ନେଇଥିଲେ। ଭାରତ ପକ୍ଷରୁ ରିଷଭ ପନ୍ତ ସର୍ବାଧିକ ୨୦ ରନ୍‌ କରିଥିବା ବେଳେ ଯଶସ୍ବୀ ଜୟସ୍ବାଲ ୧୩ ରନ୍‌ କରିଥିଲେ। ବାକି ୯ ବ୍ୟାଟର ୨ ଅଙ୍କ ଛୁଇଁ ପାରି ନ ଥିବା ବେଳେ ୫ ଜଣ ୦ରେ ଆଉଟ ହୋଇଥିଲେ। ଭାରତ ଇନିଂସରେ ମୋଟ ୪ଟି ଚୌକା ଦେଖିବାକୁ ମିଳିଥିଲା। ପନ୍ତ ୨ ଚୌକା ମାରିଥିବା ବେଳେ ଜୟସ୍ବାଲ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏ ବାଉଣ୍ଡ୍ରି ମାରିଥିଲେ।
ନ୍ୟୁଜିଲାଣ୍ଡ ଇନିଂସର ୫୦ ଓଭର ଖେଳ ସମ୍ଭବ ହୋଇଥିବା ବେଳେ ଷ୍ଟମ୍ପ ଅପସାରଣ ବେଳକୁ ଦଳ ୩ ଉଇକେଟ ହରାଇ ୧୮୦ ରନ୍‌ ସ୍କୋର କରିଛି। ଦଳ ପକ୍ଷରୁ ଡେଭନ୍‌ କନ୍‌ଓ୍ବେ ସର୍ବାଧିକ ୯୧ ରନ୍‌ ସ୍କୋର କରିଛନ୍ତି। କନ୍‌ଓ୍ବେ ୧୦୫ ବଳ୍‌ ଖେଳି ୧୧ ଚୌକା ଓ ୩ ଛକା ମାରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓ୍ବିଲ ୟଙ୍ଗ ୩୩ ଓ ଟମ୍‌ ଲାଥାମ ୧୫ ରନ୍‌ ସ୍କୋର କରିଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ରାଚିନ୍‌ ରବୀନ୍ଦ୍ର ୨୨ ଓ ଡାରିଲ୍‌ ମିଚେଲ ୧୪ ରନ୍‌ରେ ବ୍ୟାଟିଂ କରୁଛନ୍ତି। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।
ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ତେବେ ମେଘୁଆ ପାଗର ଭରପୂର ଫାଇଦା ଉଠାଇଥିଲେ କିଓ୍ବି ପେସ ବୋଲର। ମ୍ୟାଟ୍‌ ହେନରୀ, ଓ୍ବିଲିୟମ ଓରୁରକେ ଓ ଟିମ୍‌ ସାଉଦି ମିଳିତ ଭାବରେ ମାତ୍ର ୩୧.୨ ଓଭରରେ ଭାରତର ୧୦ ଉଇକେଟ ହାସଲ କରିଥିଲେ। ମ୍ୟାଟ୍‌ ହେନରୀ ଘାତକ ବୋଲିଂ କରି ୫, ଓରୁର୍‌କେ ୪ ଓ ସାଉଦି ୧ ଉଇକେଟ ନେଇଥିଲେ। ଭାରତ ପକ୍ଷରୁ ରିଷଭ ପନ୍ତ ସର୍ବାଧିକ ୨୦ ରନ୍‌ କରିଥିବା ବେଳେ ଯଶସ୍ବୀ ଜୟସ୍ବାଲ ୧୩ ରନ୍‌ କରିଥିଲେ। ବାକି ୯ ବ୍ୟାଟର ୨ ଅଙ୍କ ଛୁଇଁ ପାରି ନ ଥିବା ବେଳେ ୫ ଜଣ ୦ରେ ଆଉଟ ହୋଇଥିଲେ। ଭାରତ ଇନିଂସରେ ମୋଟ ୪ଟି ଚୌକା ଦେଖିବାକୁ ମିଳିଥିଲା। ପନ୍ତ ୨ ଚୌକା ମାରିଥିବା ବେଳେ ଜୟସ୍ବାଲ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏ ବାଉଣ୍ଡ୍ରି ମାରିଥିଲେ।
ନ୍ୟୁଜିଲାଣ୍ଡ ଇନିଂସର ୫୦ ଓଭର ଖେଳ ସମ୍ଭବ ହୋଇଥିବା ବେଳେ ଷ୍ଟମ୍ପ ଅପସାରଣ ବେଳକୁ ଦଳ ୩ ଉଇକେଟ ହରାଇ ୧୮୦ ରନ୍‌ ସ୍କୋର କରିଛି। ଦଳ ପକ୍ଷରୁ ଡେଭନ୍‌ କନ୍‌ଓ୍ବେ ସର୍ବାଧିକ ୯୧ ରନ୍‌ ସ୍କୋର କରିଛନ୍ତି। କନ୍‌ଓ୍ବେ ୧୦୫ ବଳ୍‌ ଖେଳି ୧୧ ଚୌକା ଓ ୩ ଛକା ମାରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓ୍ବିଲ ୟଙ୍ଗ ୩୩ ଓ ଟମ୍‌ ଲାଥାମ ୧୫ ରନ୍‌ ସ୍କୋର କରିଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ରାଚିନ୍‌ ରବୀନ୍ଦ୍ର ୨୨ ଓ ଡାରିଲ୍‌ ମିଚେଲ ୧୪ ରନ୍‌ରେ ବ୍ୟାଟିଂ କରୁଛନ୍ତି। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।

hiranchal ad1
Leave A Reply

Your email address will not be published.

19 + seventeen =