ବନ ବିଭାଗ ଦ୍ୱାରା କୂଅରୁ ଉଦ୍ଧାର ହେଲା ଛୁଆହାତୀ

0 60

ଦେବଗଡ: ବନ ବିଭାଗ ପକ୍ଷରୁ ଆଜି ଗୋଟେ ଛୁଆହାତୀକୁ ହଳଦିଆଖୋଲ ଗ୍ରାମଠାରେ ଥିବା ଗୋଟେ କୂଅରୁ ଉଦ୍ଧାର କରାଯାଇଛି । ୧୪ ଟିକିଆ ହାତୀପଲ ରିଆମଳ ବନାଞ୍ଚଳ ଅଧୀନରେ ଥିବା କୁଣ୍ଢେଇଗୋଳା ବିଭାଗର ହଳଦିଆଖୋଲ ଗ୍ରାମରେ ଚଳାଚଳ କରୁଥିଲେ, ଏଥି ମଧ୍ୟରୁ ଗୋଟେ ଛୁଆ ହାତୀଟି ଗୋଟେ କୂଅରେ ଖସିଯାଇଥିଲା । କୁଣ୍ଢେଇଗୋଳା ବନପାଳ, ବନାଞ୍ଚଳ ଅଧିକାରୀ ନିରଞ୍ଜନ ଧୁରୁଆଙ୍କୁ ସୂଚନା ଦେଇଥିଲେ । ସୂଚନା ପାଇ ବନାଞ୍ଚଳ ଅଧିକାରୀ, ସହକାରୀ ବନସଂରକ୍ଷକ ଶ୍ରୀମତୀ ସ୍ୱାଧୀନତା ସାହାଣୀଙ୍କୁ ଯୋଗାଯୋଗ କରିଥିଲେ । ସହକାରୀ ବନସଂରକ୍ଷକ, ଦେବଗଡ ବନଖଣ୍ଡଙ୍କ ତତ୍ତ୍ୱାବଧାନରେ ହାତୀ ଛୁଆଟିକୁ ଉଦ୍ଧାର କରି ମାଈହାତୀ ପାଖରେ ପହଞ୍ଚାଇ ଦିଆଯାଇଥିଲା । ଉଭୟ ମାଈହାତୀ ଏବଂ ଛୁଆ ହାତୀ ପାଖରେ ଥିବା ହାତୀପଲ ପାଖକୁ ପହଞ୍ଚିଲେ । ଏହି ଉଦ୍ଧାର ପ୍ରକ୍ରିୟା ଘ.୧.୩୦ ମିନିଟ ଧରି ଚାଲିରହିଥିଲା । ଏହି ଉଦ୍ଧାର ପ୍ରକ୍ରିୟା ରେ ସହକାରୀ ବନସଂରକ୍ଷକ ଶ୍ରୀମତୀ ସ୍ୱାଧୀନତା ସାହାଣୀ, ବନାଞ୍ଚଳ ଅଧିକାରୀ ନିରଞ୍ଜନ ଧୁରୁଆ, କୁଣ୍ଢେଇଗୋଳ । ବନପାଳ ତପନ କୁମାର ନାୟକ, ରେଙ୍ଗାଲବେଡା ବନପାଳ ପ୍ରଦୀପ କୁମାର ଶତତ୍ପଥୀ , ଦେବଗଡ ବନପାଳ ପ୍ରୀତମ କୁମାର ସାହୁ, ଅଶୋକ କୁମାର ପାନ୍ନା ବନରକ୍ଷୀ ଦେବଗଡ ନର୍ଥ ବିଟ ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

16 − 10 =