ବୌଦ୍ଧ,୧୩/୭– ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନାରେ ୧.୯୫ କୋଟି ଟଙ୍କା ବ୍ୟୟରେ ୨୦୧୬ ମସିହାରେ ନିର୍ମାଣ କରାଯାଇଥିଲା ଖୁଣ୍ଟବନ୍ଧ-ଚଣ୍ଡିଗଡ ରାସ୍ତା । ରାସ୍ତାକାମ ସରିବାପରେ ୩.୫ କି.ମି ଦୈର୍ଘ୍ୟବିଶିଷ୍ଟ ଏହି ରାସ୍ତାର ବିଭିନ୍ନ ସ୍ଥାନରେ ରାସ୍ତାପାଶ୍ୱର୍ ମାଟି ଧୋଇ ନେଇ ଯାଇଥିବା ଦେଖିବାକୁ ମିଳୁଛି । ଉକ୍ତ ରାସ୍ତାର ପଞ୍ଚବାର୍ଷିକ ରକ୍ଷଣା ବେକ୍ଷଣ ପାଇଁ ଅଟକଳ ମୂଲ୍ୟ ୧୪.୧୬ଲକ୍ଷ ଟଙ୍କା ରହିଥିଲେ ମଧ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ମରାମତି କରୁନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ରାସ୍ତାପାର୍ଶ୍ୱରେ ହୋଇଥିବା ମାଟି ପୂରଣ କାମ ଠିକ୍ ଭାବେ ହୋଇନଥିବାରୁ ଧୋଇହୋଇ ଯିବାସହ ପିଚୁ ରାସ୍ତା ମଧ୍ୟ ରାସ୍ତାର ଉଭୟ ପାଶ୍ୱର୍ରୁ ଭାଙ୍ଗୀଭାଙ୍ଗି ଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ୨ବର୍ଷ ହେଲା ଏଭଳି ରାସ୍ତାପାଶ୍ୱର୍ ମୃତ୍ତିକା କ୍ଷୟ ହେଉଥିଲେ ମଧ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ନିରବଦ୍ରଷ୍ଟା ସାଜିଥିବାରୁ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା ନଷ୍ଟ ହେବାରେ ଲାଗିଛି । ନିର୍ବାହୀଯନ୍ତ୍ରୀ ତୁରନ୍ତ ଏ ରାସ୍ତା ଉପରେ ଦୃଷ୍ଟିଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି ।