୧୫ରୁ ବଢିବ ଶୀତ !

0 57

ଭୁବନେଶ୍ୱର: ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଶୀତର ପ୍ରକୋପ ବଢିବାର ସମ୍ଭାବନା ରହିଛି । ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ କାର୍ତ୍ତିକ ମାସର ଆଜି ହେଉଛି ଶେଷ ସୋମବାର । ରାଜ୍ୟକୁ ଶୀତ ଋତୁ ଆସିନି । କିନ୍ତୁ ଶୀତର ପ୍ରକୋପ ଆରମ୍ଭ ହେଲାଣି । ବିଳମ୍ୱିତ ରାତିରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ସାମାନ୍ୟ କୁଡୁଡି ଦେଖିବାକୁ ମିଳୁଥିବା ବେଳେ ଶୀତ ଅନୁଭୂତ ହେଉଛି । ଭୋରୁ ଭୋରୁ ପ୍ରବଳ ଶୀତ ହେଉଥିବା ଦେଖିବାକୁ ମିଳିଛି । ଆସନ୍ତା ୧୫ ତାରିଖରେ କାର୍ତ୍ତିକ ପୂର୍ଣ୍ଣମା ପଡୁଛି । ତା’ପରଠାରୁ ଶୀତର ପ୍ରକୋପ ବଢିବ ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ଉପକୂଳ ଓଡିଶା ସହ କିଛି ଜାଗାରେ ହାଲୁକା ବର୍ଷା ସମ୍ଭାବନାର ସମ୍ଭାବନା ରହିଛି । ଉପକୂଳ ଓ ମୟୂରଭଂଜ, କେନ୍ଦୁଝରରେ ହାଲୁକା ବର୍ଷା ସମ୍ଭାବନା । ଆସନ୍ତାକାଲି ଗଂଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡାରେ ବର୍ଷା ହେବା ନେଇ ଆସଙ୍କା କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । କୁହୁଡ଼ିର ବଳୟ ଭିତରେ ସାରା ଅଞ୍ଚଳ ସକାଳ ୮ପର୍ଯ୍ୟନ୍ତ ରହୁଥିବା ବେଳେ ରାତି ଯେତେ ବଢୁଛି ଥଣ୍ଡା ସେତେ ବଢିବା ଆରମ୍ବ ହେଉଛି । ବିଶେଷ କରି ରାଜ୍ୟର କେତେକ ସ୍ଥାନରେ ଗରିବ ଅସହାୟ ନିରାଶ୍ରୟମାନେ ଥଣ୍ଡା ଯୋଗୁଁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖୁବାକୁ ମିଳୁଛି ।

hiranchal ad1
Leave A Reply

Your email address will not be published.

three × 3 =