ଉପମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଠକେଇ ଅଭିଯୋଗ, ୨ ଗିରଫ

0 176

ପାଟଣାଗଡ: ଉପମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଠକେଇ । ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ନାଁ ନେଇ ଚାକିରି କରାଇ ଦେବା କହି ଠକେଇ ଅଭିଯୋଗ । ଏହି ଘଟଣାରେ ୨ ଜଣ ଯୁବକଙ୍କୁ ପାଟଣାଗଡ଼ ଥାନା ପୋଲିସ ଗିରଫ କରିଛି । ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କୁ ଚାକିରି କରାଇ ଦେବେ କହି ସେମାନଙ୍କଠୁ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।
ଗିରଫ ହୋଇଥିବା ଯୁବକମାନେ ବିଳାଇସାଥି ଗାଁର ବୁଦ୍ଧଦେବ ସାହୁ ଏବଂ ସାଲେପାଲି ଗାଁର ସୁଶୀଲ ରାଓ ବୋଲି ଜଣାପଡ଼ିଛି । ଦୁଇ ଅଭିଯୁକ୍ତ ପୂର୍ବରୁ ମଧ୍ୟ ବିଭିନ୍ନ ନେତାଙ୍କ ନାଁ ନେଇ ଲୋକଙ୍କ ଠାରୁ ଅନେକ ଟଙ୍କା ଠକି ନେଇଥିବା ସୂଚନା ମିଳିଛି । ହେଲେ ଏଥର ଉପମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଠକେଇ କରିବା ସେମାନଙ୍କୁ ମହଙ୍ଗା ପଡ଼ିଛି ।

hiring

hiranchal ad1
Leave A Reply

Your email address will not be published.

fourteen + nineteen =