ଭୁବନେଶ୍ୱର ବିମାନ ବନ୍ଦର ଠାରେ ଓଡ଼ିଶା ହକି ଦଳକୁ ଭବ୍ୟ ସ୍ୱାଗତ

0 37

ଭୁବନେଶ୍ୱର : ୧୪ତମ ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚମ୍ପିୟାନ୍‌ସିପ୍ ରେ ଓଡ଼ିଶା ହକି ଦଳକୁ ସ୍ବର୍ଣ୍ଣ ପଦକ ମିଳିବାପରେ ଆଜି ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ଠାରେ ଦଳର କ୍ରୀଡାବିତ୍ ମାନଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଭବ୍ୟ ସ୍ୱାଗତ ପ୍ରଦାନ କରାଯାଇଛି। ଓଡ଼ିଶା ଟିମ୍ ଆଜି ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ଠାରେ ପହଞ୍ଚିବା ପରେ ଅନେକ ଯୁବ କ୍ରୀଡ଼ାବିତ୍ ଓ ପ୍ରଶଂସକମାନେ ଟିମ୍ ର କ୍ରୀଡ଼ାବିତ୍‌ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଓଡ଼ିଶା ହକି ପ୍ରମୋସନ କାଉନ୍‌ସିଲ୍‌ର ସିଇଓ ଶ୍ରୀ ଦୀପଙ୍କର ମହାପାତ୍ର, କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ସଚିବ ଶ୍ରୀ ବିଜୟ କୁମାର ସ୍ୱାଇଁ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ବିଭାଗ ପକ୍ଷରୁ ଓଡ଼ିଶା ହକି ଦଳର କ୍ରୀଡ଼ାବିତ୍ ମାନଙ୍କୁ ଭବ୍ୟ ସ୍ୱାଗତ ପ୍ରଦାନ କରିଥିଲେ।

ଏହାପରେ ଓଡ଼ିଶା ହକି ଟିମ୍ ର କ୍ରୀଡ଼ାବିତ୍ ମାନେ କଳିଙ୍ଗ ଷ୍ଟାଡିୟମ ଠାରେ ଆସି ପହଞ୍ଚିଥିଲେ। କଳିଙ୍ଗ ଷ୍ଟାଡିୟମ୍ ଠାରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଓଡ଼ିଶା ଟିମ୍ କୁ ତାଙ୍କର ଐତିହାସିକ ବିଜୟ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଯେପରି ବିଭିନ୍ନ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ମାନଙ୍କରେ କ୍ରୀଡ଼ାବିତ୍ ମାନେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ରାଜ୍ୟ ପାଇଁ ଗୌରବ ଅର୍ଜନ କରିବେ ସେଥିପାଇଁ ସମସ୍ତ କ୍ରୀଡ଼ାବିତ୍ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ।

hiring

ସେ କହିଥିଲେ ଯେ, ଓଡ଼ିଶା ହକି ଟିମ୍ ର ଏହି ବିଜୟ ଓଡ଼ିଶା କ୍ରୀଡ଼ା ଜଗତ ପାଇଁ ଐତିହାସିକ। ଆପଣମାନେ ସମସ୍ତେ ହେଉଛନ୍ତି ଆମ ଗର୍ବ ଓ ଗୌରବ ଓ ଓଡ଼ିଶାର ପ୍ରତ୍ୟେକ ଯୁବ କ୍ରୀଡ଼ାବିତ୍‌ ମାନଙ୍କ ପାଇଁ ପ୍ରେରଣାର ଉତ୍ସ। ଆଗକୁ ମଧ୍ୟ ଏହି ବିଜୟର ଗାଥା ଜାରି ରହୁ ଏବଂ ବିଭିନ୍ନ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ମାନଙ୍କରେ ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ମାଧ୍ୟମରେ ପଦକ ଜିତି ଓଡ଼ିଶା ପାଇଁ ନିଶ୍ଚିତ ଭାବେ ଆପଣମାନେ ଗର୍ବ ଓ ଗୌରବ ଅର୍ଜନ କରିବେ ବୋଲି ମୋର ଆଶା। କ୍ରୀଡ଼ା ଓ କ୍ରୀଡ଼ାବିତ୍‌ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଓଡ଼ିଶା ସରକାର ସଦାସର୍ବଦା ଚେଷ୍ଟିତ ଏବଂ ଖେଳାଳୀ ମାନଙ୍କୁ ସମସ୍ତ ପ୍ରକାର ସୁବିଧା ଓ ସହଯୋଗ ପ୍ରଦାନ କରାଯିବ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ନିର୍ଦ୍ଦେଶକ ଶ୍ରୀ ସିଦ୍ଧାର୍ଥ ଦାସ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ୧୪ତମ ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚମ୍ପିୟାନସିପ୍ ର ଫାଇନାଲ ମ୍ୟାଚ୍ ରେ ଟିମ୍ ଓଡ଼ିଶା ୫-୧ ଗୋଲ୍ ରେ ଟିମ୍ ହରିୟାଣାକୁ ପରାସ୍ତ କରି ଏହି ଐତିହାସିକ ବିଜୟ ହାସଲ କରିଛନ୍ତି। ଟିମ୍ ଓଡ଼ିଶାର କ୍ରୀଡ଼ାବିତ୍ ଶିଲାନନ୍ଦ ଲାକ୍ରା ଓଡ଼ିଶା ପାଇଁ ହ୍ୟାଟ୍ରିକ ଗୋଲ୍ କରିଥିବା ବେଳେ କ୍ରୀଡ଼ାବିତ୍ ରଜତ ଆକାଶ ତିର୍କୀ ଓ ପ୍ରତାପ ଲାକ୍ରା ଉଭୟ ଗୋଟିଏ ଗୋଟିଏ ଗୋଲ୍ କରିଥିଲେ। ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କ୍ରୀଡ଼ାବିତ୍ ଶିଲାନନ୍ଦ ଲାକ୍ରାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଭାବେ ମଧ୍ୟ ଘୋଷଣା କରାଯାଇଥିଲା।

hiranchal ad1
Leave A Reply

Your email address will not be published.

20 + nine =