ନୌସେନା ଦିବସ ପାଳନ ପୂର୍ବରୁ ବ୍ଲୁଫ୍ଲାଗ୍ ବେଳାଭୂମିର ସ୍ଥିତି ସମୀକ୍ଷା

0 41

ପୁରୀ : ଆସନ୍ତା ଡିସେମ୍ବର ୪ ତାରିଖରେ ଭାରତୀୟ ନୌସେନା ତାର ପରାକ୍ରମ ଦେଖାଇବ । ନୌସେନା ଦିବସ ପାଳନ ପୂର୍ବରୁ ବ୍ଲୁଫ୍ଲାଗ୍ ବେଳାଭୂମିରେ ନୌସେନା ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିଛନ୍ତି ପୂର୍ତ୍ତ ସଚିବ ବୀର ବିକ୍ରମ ଯାଦବ ଓ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ପୂର୍ଣ୍ଣ ଅଭ୍ୟାସ ପ୍ରଦର୍ଶନ ପୂର୍ବରୁ ବ୍ଲୁଫ୍ଲାଗ୍ ବେଳାଭୂମିରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା କରାଯିବ । ଆଜି ସୁଦ୍ଧା ୧୫ରୁ ଅଧିକ ଯୁଦ୍ଧ ଜାହାଜ ଓ ବୁଡା ଜାହାଜ ପହଞ୍ଚି ସାରିଛି । ହାଇଡ୍‌ରୋଗ୍ରାଫିକ ସର୍ଭେ ୟୁନିଟ ବୋଟ ଯୋଗେ କୂଳକୁ ପହଞ୍ଚିଛନ୍ତି ।
ଆଜି ସୁଦ୍ଧା ୧୫ରୁ ଅଧିକ ଯୁଦ୍ଧ ଜାହାଜ ଓ ବୁଡା ଜାହାଜ ସହ ବ୍ଲୁ ଫ୍ଲାଗ ବିଚରେ ୪ଟି ଟ୍ୟାଙ୍କ ପହଞ୍ଚି ସାରିଛି । ପାୱାର ଓ ରେସକ୍ୟୁ ବୋଟ ମଧ୍ୟ ପ୍ରସ୍ତୁତ । ପଇଁଭରା ମାରିଲାଣି ହ୍ୟାଲିକ୍ୟାପଟର । ସ୍ୱର୍ଣ୍ଣାଭ ବେଳାଭୂମି ଯୁଦ୍ଧ ଭୁମିର ଭ୍ରମ ସୃଷ୍ଟି କରିଛି ।ଏହାକୁ ଦେଖିବାପାଇଁ ପର୍ଯ୍ୟଟକଙ୍କ ଠାରୁ ସ୍ଥାନୀୟ ବାସିନ୍ଦା ମାନେ ବେଶ ଉତ୍ସାହରେ ଅଛନ୍ତି । ନୌସେନା ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିଛନ୍ତି ପୂର୍ତ୍ତ ସଚିବ ବୀର ବିକ୍ରମ ଯାଦବ ଓ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ପୂର୍ଣ୍ଣ ଅଭ୍ୟାସ ପ୍ରଦର୍ଶନ ପୂର୍ବରୁ ବ୍ଲୁଫ୍ଲାଗ୍ ବେଳାଭୂମିରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା କରାଯିବ । ସହରରେ ୨୦ଟି ପାର୍କିଂ ସ୍ଥଳ କରାଯିବ । ଆଜି ସଂଧ୍ୟାରେ ନୌସେନାର ବରିଷ୍ଠ ଅଧିକାରୀ ପୁରୀରେ ପହଞ୍ଚିବେ । ବିସ୍ତୃତ କଟକଣା ଉପରେ ଖୁବଶୀଘ୍ର ନିୟମାବଳୀ ଆସିବ ।ସବୁ ପ୍ରସ୍ତୁତି ପ୍ରାୟତଃ ଅନ୍ତିମ ପର୍ଯ୍ୟାୟରେ । ନୌସେନା ଦିବସ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଗଲାଣି ।

hiring

hiranchal ad1
Leave A Reply

Your email address will not be published.

17 + 17 =