ବୌଦ୍ଧ,୧୩/୭ – କଣ୍ଟାମାଳ ବ୍ଲକ୍ ଗବଜୋର୍ ଗ୍ରାମର ପୋଖରୀକୁ ଯାଇଥିବା ସଂକୀର୍ଣ୍ଣ ରାସ୍ତାଟି ଖାଲଖମା ଓ ଅପରିଷ୍କାର ହୋଇ ପଡିଥିଲା । ରାସ୍ତାରେ ଅନାବନା ଗଛ, ଘାସଲତା ଉଠି ବିପଦଜନକ ଅବସ୍ଥାରେ ରହିଥିଲା । ଗ୍ରାମର ଭିନ୍ନକ୍ଷମ, ଶିଶୁ ଓ ମହିଳାମାନେ ଉକ୍ତ ରାସ୍ତାଦେଇ ପୋଖରୀକୁ ଯାତାୟତ କରିବା ସମ୍ଭବ ହୋଇ ପାରୁନଥିଲା । ପ୍ରତିଦିନ ୫୦୦ ରୁ ଉର୍ଦ୍ଧ୍ୱ ଜନସାଧାରଣ ଉକ୍ତ ପୋଖରୀ ଉପରେ ନିର୍ଭର କରୁଥିଲେ ମଧ୍ୟ ରାସ୍ତାକୁ ସଫେଇ ଓ ମରାମତି କରିବାକୁ କାହାର ଦ୍ରୁଷ୍ଟି ପଡୁନଥିଲା । ଗ୍ରାମର ପୂର୍ବତନ ୱାର୍ଡ ସଭ୍ୟ ଜଗତ ନାଏକଙ୍କ ନେତୃତ୍ୱରେ ଗ୍ରାମର ହୀରାଲାଲ ମିର୍ଦ୍ଧା,ସନ୍ତୋଷ ମାଝି ପ୍ରମୁଖ ସ୍ୱେଚ୍ଛାସେବୀମାନେ ମିଳିତ ହୋଇ ପୋଖରୀକୁ ଯାଇଥିବା ରାସ୍ତାକୁ ଆଜି ସଫେଇ ଓ ମରାମତି କରିଛନ୍ତି । ତାଙ୍କର ସ୍ୱେଚ୍ଛାକୃତ ସେବାପାଇଁ ଗ୍ରାମବାସୀ ସମସ୍ତ ସ୍ୱେଚ୍ଛାସେବୀ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।