ଅସୁସ୍ଥ ପ୍ରବାସୀ ଶ୍ରମିକଙ୍କ ଅଧା ବାଟରେ ମୃତ୍ୟୁ

0 1,235

ବୌଦ୍ଧ,୧୩/୭ – ସୁଦୂର ତେଲେଙ୍ଗାନା ରାଜ୍ୟକୁ କାମ କରିବାକୁ ଯାଇ ଅସୁସ୍ଥ ହୋଇ ପଡିଥିବା ବୌଦ୍ଧ ସହରର ଜଣେ ଯୁବକ ଘରକୁ ଫେରୁଥିବା ବେଳେ ବାଲୁଗାଁ ନିକଟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୁଟୁପାଲିରେ ଭଡାରେ ରହୁଥିବା ସ୍ୱର୍ଗତ ରାଧେଶ୍ୟାମ ଗିରିଙ୍କ ପୁଅ ଅରୁଣ ଗିରି (୨୭ ବର୍ଷ )ତେଲେଙ୍ଗାନା ରାଜ୍ୟର ଗୋଟିଏ ସିନେମା ହଲରେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିଲେ । ଶରୀର ଅସୁସ୍ଥ ଓ ଲକଡାଉନ୍ ଯୋଗୁଁ ରୋଜଗାର ହରାଇଥିବା ହେତୁ ସେ ଘରକୁ ଫେରି ପାରିନଥିଲେ । ପରିବାରର ଆର୍ଥିକ ସ୍ଥିତି ଖରାପ ଥିବାରୁ ବୌଦ୍ଧଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ସହାୟତାରେ ତାଙ୍କର ମା ଓ ଜଣେ ସାଙ୍ଗ ତାଙ୍କୁ ଆଣିବା ପାଇଁ ତେଲେଙ୍ଗାନା ରାଜ୍ୟର ସମ୍ପୃକ୍ତ ସହରକୁ ଯାଇଥିଲେ । ସେମାନେ ଅରୁଣଙ୍କୁ ସାଙ୍ଗରେ ନେଇ ବୌଦ୍ଧ ଅଭିମୁଖେ ଫେରୁଥିବାବେଳେ ଗତକାଲି ବାଲୁଗାଁ ନିକଟରେ ଅରୁଣ ଅସୁସ୍ଥତା ହେତୁ ମୃତ୍ୟୁବରଣ କରିଥିବା ଜଣାପଡିଛି । ଏ ଖବର ପ୍ରଚାରିତ ହେବା ପରେ ବୌଦ୍ଧ ସହରରେ ଶୋକର ଛାୟା ଖେଳିଯାଇଛି । ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଜନସାଧାରଣରେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଉଛି ।

hiranchal ad1
Leave A Reply

Your email address will not be published.

3 × two =