ମହାନଦୀ ବ୍ରିଜରୁ ଡେଇଁପଡିଲେ ମହିଳା

0 367

ସୋନପୁର : ଗତକାଲି ସଂଧ୍ୟାରେ ସୋନପୁର ମହାନଦୀ ପୋଲ ଉପରୁ ତଳକୁ ଡେଇଁପଡିଲେ ଜଣେ ମହିଳା । ସଂନ୍ଧ୍ୟା ସମୟରେ ଉଲୁଣ୍ଡା ବ୍ଲକ କୁହ୍ଲିଆକାନୀ ଗାଁର ନିତ୍ୟାନନ୍ଦ ସେଠୀ ତାଙ୍କ ପତ୍ନୀ ମୀରା ସେଠୀଙ୍କ ସହିତ ସୋନପୁରରୁ ଫେରୁଥିବା ବେଳେ ମହାନଦୀ ପୋଲ ମଝିରେ ପାଣି ଦେଖିବା ପାଇଁ ଓହ୍ଲାଇଥିଲେ । ବୁଲା ବୁଲି କରୁଥିବା ସମୟରେ ହଠାତ ମୀରା ପାଣିକୁ ଡେଇଁ ପଡିଥିବା କହିଛନ୍ତି ସ୍ୱାମୀ ନିତ୍ୟାନନ୍ଦ । ସୋନପୁର ପୋଲିସ ତଥା ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ମହିଳାଙ୍କୁ ଖୋଜା ଖୋଜି କରୁଥିବା ବେଳେ ନିତ୍ୟାନନ୍ଦଙ୍କୁ ଅଟକ ରଖିଛି ।

hiring

ତେବେ ସନ୍ଧ୍ୟା ସମୟ ହୋଇଥିବାରୁ ତଥା ନଦୀରେ ପାଣି ଅଧିକ ଥିବାରେ ମହିଳାଙ୍କ କୌଣସି ପତ୍ତା ମିଳି ପାରୁନାହିଁ । ହେଲେ ପୋଲ ଉପରୁ ମହିଳାଙ୍କ ଚପଲ, ପର୍ସ ତଥା ସ୍ୱାମୀଙ୍କ ହେଲମେଟ ଥିବା ଦେଖିବାକୁ ମିଳିଛି । କିନ୍ତୁ ମହିଳାଙ୍କ ସ୍ୱାମୀ ମହାନଦୀ ବ୍ରିଜରେ ବୁଲା ବୁଲି କରୁଥିବା ସମୟରେ ହଠାତ ମୀରା ପାଣିକୁ ଡେଇଁ ଦେଇଥିବା କହିଛନ୍ତି । ତେବେ କିଛି ସମୟ ପରେ ଲଙ୍କେଶ୍ୱରୀ ଗଣ୍ଡରେ ମାଛ ମାରୁଥିବା ଦୁଇଜଣ କୈବର୍ତ୍ତ ଜଣେ ଭାସି ଯାଇଥିବା ଦେଖିବାକୁ ପାଇଥିଲେ । ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ଏବଂ ସେ ସୁସ୍ଥ ଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

one + 7 =