ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ

0 78

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୦ ବର୍ଷର ବାର୍ଷିକ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରକାଶ ପାଇଛି । ଚଳିତ ବର୍ଷ ପରୀକ୍ଷା ଫଳରୁ ଜଣାପଡିଛି ଯେ, ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି । ଛାତ୍ରମାନଙ୍କର ପାସ୍‌ହାର ୯୦.୧୪ ପ୍ରତିଶତ ରହିଥିବା ବେଳେ ଛାତ୍ରୀମାନଙ୍କ ପାସହାର ୯୩.୩୧ ପ୍ରତିଶତ ଅର୍ଥାତ୍ ଛାତ୍ରୀଙ୍କ ପାସହାର ୩.୧୭ ପ୍ରତିଶତ ଛାତ୍ରଙ୍କଠାରୁ ଅଧିକ ରହିଛି । ସାମଗ୍ରିକ ପାସହାର ୯୧.୪୬ ପ୍ରତିଶତ ହୋଇଛି । ଚଳିତ ବର୍ଷ ୧୮ଲକ୍ଷ ୮୫ହଜାର ୮୮୫ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ଲକ୍ଷ ୭୩ହଜାର ୧୫ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୭ଲକ୍ଷ ୧୩ହଜାର ୧୨୧ ଜଣ ପାସ୍ କରିଛନ୍ତି । ସେହିପରି ୪୧ହଜାର ୮୯୪ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ବେଳେ ରାଜ୍ୟର ସିବିଏସଇ ସ୍କୁଲଗୁଡିକର ପରୀକ୍ଷାଫଳ ସନ୍ତୋଷଜନକ ହୋଇଛି । ସିବିଏସଇ ବୋର୍ଡ ପକ୍ଷରୁ ପରୀକ୍ଷା ଫଳ ସିବିଏସଇର ନିଜସ୍ୱ ୱେବସାଇଟ୍ ଓ ଉମଙ୍ଗ ଆପ୍ ଜରିଆରେ ଉପଲବ୍ଧ କରାଯାଇଛି । ଏହାବ୍ୟତୀତ ବିଦ୍ୟାଳୟଗୁଡିକୁ ମଧ୍ୟ ଇମେଲ ଯୋଗେ ପଠାଇ ଦିଆଯାଇଛି ବୋଲି କୁହାଯାଇଛି ।

hiranchal ad1
Leave A Reply

Your email address will not be published.

6 + twenty =