କ୍ୱାରେଣ୍ଟାଇନରେ ଭର୍ତ୍ତୃହରି

0 103

ଭୁବନେଶ୍ୱର: ପବ୍ଲିକ ଆକାଉଣ୍ଟ କମିଟି ବୈଠକରେ ଉପସ୍ଥିତ ଜଣେ ଅଧିକାରୀଙ୍କ ରିପୋର୍ଟ କରୋନା ପଜିଟିଭ ଆସିବା ପରେ ଏଥିରେ ଯୋଗ ଦେଇଥିବା ୧୮ ସାଂସଦ ଓ ଅନ୍ୟ ଅଧିକାରୀଙ୍କୁ ୭ଦିନ ହୋମ କ୍ୱାରେଣ୍ଟାଇନରେ ରହିବାକୁ ଲୋକସଭା ସଚିବାଳୟ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଏହି କ୍ରମରେ କଟକ ସାଂସଦ ଭର୍ତ୍ତୁହରି ମହତାବ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି । ଜୁଲାଇ ୧୦ ତାରିଖରେ ଅନୁଷ୍ଠିତ ଏହି ପିଏସି ବୈଠକରେ ସଦସ୍ୟ ଭାବେ ଶ୍ରୀ ମହତାବ ଯୋଗ ଦେଇଥିଲେ । ଶ୍ରୀ ମହତାବ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରହିବେ । ଫଳରେ ଶୁକ୍ରବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଶ୍ରୀ ମହତାବଙ୍କ କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

seventeen + sixteen =