ଆସନ୍ତା ୧୭ରୁ ୨୨ ଫୁଲବାଣୀ ଓ ବାଲିଗୁଡ଼ା ସହର ସଟଡାଉନ୍‌

0 208

ଫୁଲବାଣୀ: କନ୍ଧମାଳ ଜିଲ୍ଲାପାଳ ଡ଼.ବୃନ୍ଦା ଡି. ଆସାନ୍ତା ୧୭ରୁ ୨୨ ଫୁଲବାଣୀ ଓ ବାଲିଗୁଡ଼ା ସହର ସଟଡାଉନ୍ କରାଯି୍‌ବାକୁ ନିର୍ଦ୍ଦେଶ ଯାରି କରିଛନ୍ତି । ଜିଲ୍ଳାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ଏଇ ନିଷ୍ପତି ନେଇଛି । ଏହି ଦିନ ଗୁଡିକରେ କୌଣସି ପ୍ରକାର ଗାଡି ଚଳାଚଳ,ଦୋକାନ ବଜାର ଖୋଲିବନାହିଁ ।ଦୁଇ ସହରକୁ ଆସିବାକୁଥିବା ସମସ୍ତ ପଥ ସିଲ କରିଦିଆଯିବ । ଜରୁରୀ କାମ ଥିଲେ ଉପଜିଲ୍ଲାପାଳଙ୍କ ଅନୁମତି ନେଇ ଯାତାୟତ କରିପାରିବେ । ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସେବା ଓ କାର୍ଯ୍ୟାଳୟ ବନ୍ଦ ରହିବ ପ୍ରଶାସନର ଏହି ନିର୍ଦ୍ଦେଶ ଅବମାନନା କଲେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଉକ୍ତ ୪ଦିନ ଘରକୁ ଘର ବୁଲି ସମସ୍ତଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରିବାର ବ୍ୟବସ୍ଥା ହୋଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି ।ଏଣୁ ଉଭୟ ସହରର ଅଧିବାସୀଙ୍କୁ ଅନୁରୋଧ ପ୍ରଶାସନକୁ ସହଯୋଗ କରନ୍ତୁ ।

hiranchal ad1
Leave A Reply

Your email address will not be published.

16 − seven =