ଦକ୍ଷତା ହିଁ ଭାରତକୁ ଆତ୍ମନିର୍ଭର କରିବ

0 74

ନୂଆଦିଲ୍ଲୀ: ‘ୱାଲର୍ଡ ୟୋଥ୍ ସ୍କିଲ୍ସ୍ ଡେ’ ଅବସରରେ ଆୟୋଜିତ ଡିଜିଟାଲ୍ କନ୍କ୍ଲେଭ୍ରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି ଯୁବବର୍ଗଙ୍କୁ ଦକ୍ଷତା ହାସଲର ନୂଆ ମନ୍ତ୍ରଟିଏ ଦେଇଛନ୍ତି ଯାହା ସେମାନଙ୍କୁ ସଙ୍କଟ ମଧ୍ୟରେ ସମୟ ଉପଯୋଗୀ ଏବଂ ସଶକ୍ତ ରଖିବାରେ ସହାୟକ ହେବ । ପ୍ରଧାନମନ୍ତ୍ରୀ କହିଲେ, ଆଜିର ଦିନଟି ତୁମ୍ଭମାନଙ୍କ ଦକ୍ଷତା ପ୍ରତି ଉତ୍ସର୍ଗୀକୃତ । ସହସ୍ରାବ୍ଦୀ ଯୁବାର ସବୁଠୁ ବଡ ସାମର୍ଥ୍ୟ ହେଉଛି ନୂତନ ଦକ୍ଷତା ହାସଲ କରିବା । କୋଭିଡ୍-୧୯ କାର୍ଯ୍ୟର ସ୍ୱରୂପ ବଦଳାଇ ଦେଇଛି । ନୂଆ ପ୍ରଯୁକ୍ତିବିଦ୍ୟା ମଧ୍ୟ ଆମ ଜୀବନକୁ ପ୍ରଭାବିତ କରିଛି । ଆମ ଯୁବବର୍ଗଙ୍କୁ ନୂତନ ଦକ୍ଷତା ଆପଣାଇବାକୁ ପଡିବ । ବିଶ୍ୱବାସୀଙ୍କ ପାଇଁ କରୋନାଭାଇରସ୍ ମହାମାରୀ ଆଣିଥିବା ନୂଆ ନୂଆ ଆହ୍ୱାନର ମୁକାବିଲା କରିବା ନିମନ୍ତେ ଦକ୍ଷତା ବଳରେ ପ୍ରତ୍ୟେକ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
ଏହାପରେ ପ୍ରଧାନମନ୍ତ୍ରୀ କହିଲେ, ସାମ୍ପ୍ରତିକ ସମୟରେ ସମୟ ଉପଯୋଗୀ ହୋଇ ରହିବା ଅତି ଗୁରୁତ୍ୱପୂର୍ଣ୍ଣ । ତେବେ ଯାଇ ଲୋକେ ନିଜ ନିଜର ଜୀବୀକା ଉପାର୍ଜ୍ଜନ କରିବା ସହ ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବେ । ପ୍ରାସଙ୍ଗିକ ହୋଇ ରହିବାର ମନ୍ତ୍ର ହେଉଛି- ଦକ୍ଷ ହୁଅ, ପୁନଃ- ଦକ୍ଷତା ହାସଲ କର ଓ ଅତିରିକ୍ତ ଦକ୍ଷତା ହାସଲ କର ।
ଏହାକୁ ବୁଝାଇ ଦେଇ ସେ କହିଲେ, ତୁମ୍ଭମାନଙ୍କୁ ଦକ୍ଷତା ଶିକ୍ଷା କରିବାକୁ ପଡେ । ଦୃଷ୍ଟାନ୍ତସ୍ୱରୂପ ଖଣ୍ଡେ କାଠରୁ ଚେୟାରଟିଏ ଗଢ଼ିବା । ଅର୍ଥାତ୍ ଅଧିକ କିଛି ଆବଶ୍ୟକତା ଯୋଗ କରି ତୁମେ ସେ କାଠ ଖଣ୍ଡକର ମୂଲ୍ୟ ବଢ଼ାଇ ଦେଲ । ସମୟ ଉପଯୋଗୀ ରହିବା ପାଇଁ ତୁମକୁ ଯେଉଁ ଥିରେ ହେଉ ନା କାହିଁକି, କିଛି ନା କିଛି ଯୋଗ କରିବାକୁ ପଡିବ । କିନ୍ତୁ, ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆମର ଦକ୍ଷତାକୁ ଆହୁରି ପ୍ରସସ୍ଥ କରିବାକୁ ପଡିବ । ଏହା ହେଉଛି ଅତିରିକ୍ତ ଦକ୍ଷତା । ସେ ପୁଣି କହିଲେ କି, କେବଳ ଯୁବବର୍ଗ ନୁହନ୍ତି, ଯେକୌଣସି ବ୍ୟକ୍ତିବିଶେଷ ଏ ପଥରେ ଆଗେଇ ପାରିବେ । ନୂଆ ଜିନିଷ ଶିଖ ଓ ଦକ୍ଷତା ବଢ଼ାଇ ଚାଲ । ଏହା ଆମକୁ ଆତ୍ମନିର୍ଭର କରିବ ।

hiranchal ad1
Leave A Reply

Your email address will not be published.

five − four =