ପୁତୁରା ଟାଙ୍ଗିଆ ଚୋଟରେ ମଉସାର ପ୍ରାଣ ଗଲା

0 1,232

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଟାକରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୁଗୁଡା କଲୋନୀ ଗାଁରେ ଆଜି ଘଟିଛି ଏକ ନାରକୀୟ ହତ୍ୟାକାଣ୍ଡ । ସମ୍ପର୍କୀୟ ପୁତୁରାର ଟାଂଗିଆ ଚୋଟରେ ମଉସାର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ପ୍ରାପ୍ତ ସୂଚନା ମୁତାବକ , ବୁଗୁଡା କଲୋନୀ ଗ୍ରାମର କବିର ପ୍ରଧାନ ସକାଳ ୮ ଘଟିକା ସମୟରେ ନିଜ ବରଣ୍ଡାରେ ବସି ନିତ୍ୟକର୍ମ କରୁଥିବା ବେଳେ ସେହି ଗ୍ରାମର ସ୍ବର୍ଗତ ଧୃବ ମଳିକଙ୍କ ବଡପୁଅ ଆଶୋକ ମଳିକ ( ମୁଣ୍ଡା ) ଅତର୍କିତ ଭାବରେ କବିର ପ୍ରଧାନଙ୍କ ମୁଣ୍ଡକୁ ଏକ ଟାଂଗିଆ ହାଣିବା ଫଳରେ ଘଟଣା ସ୍ଥଳରେ ହିଁ କବିରଙ୍କର ମୃତ୍ୟୁ ହୋଇଥିଲା । ଘଟଣା ଦେଖି ଗ୍ରାମବାସୀମାନେ ଅଶୋକଙ୍କୁ କାବୁକରି ଦଶପଲ୍ଲା ପୋଲିସକୁ ଖବର ଦେଇଥିଲେ । ତତକ୍ଷଣାତ୍ ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ୍ କରିବା ସହିତ ଅଭିଯୁକ୍ତ ଅଶୋକଙ୍କୁ ନିଜ ହେପାଜତ୍ କୁ ନେଇଥିଲେ । ପ୍ରକାଶ ଥାଉକି ଗୁଣିଗାରେଡି ସନ୍ଦେହରୁ ଏଭଳି ଘଟଣା ଘଟିଥିବା ପ୍ରାଥମିକ ଭାବରେ ଜଣାପଡିଛି । ମୃତକ କବିର ପ୍ରଧାନ ଜଣେ ସରଳ ,ଅମାୟୀକ ତଥା ଭଗବତ୍ ପ୍ରେମୀ ବ୍ୟକ୍ତି ହୋଇଥିବା ବେଳେ ତାଙ୍କର କେବେ କାହାସହିତ ଶତ୍ରୁତା ନଥିଲା । ଅଶୋକଙ୍କର ଅ-ସାମାଜିକ ଆଚରଣ ପାଇଁ ଅଶୋକ ଗ୍ରାମବାସୀଙ୍କ ସହିତ ଚଳାଚଳ କରୁନଥିବା ଜଣାପଡିଛି । ତେବେ ମଧ୍ୟାହ୍ନ ୧୨ ଘଟିକା ବେଳକୁ ସାଇଁଣ୍ଟଫିକ୍ ଟିମ୍ ଓ ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମର୍ଡର ଉଇପନ ( ଟାଂଗିଆ ) ଜବତ୍ କରିବା ସହିତ ଘଟଣାର ତଦନ୍ତ ଜାରୀ ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

1 × four =